ରଙ୍ଗୀନ ପୃଥିବୀ
ରଙ୍ଗୀନ ପୃଥିବୀ


ଏ ପୃଥିବୀ ରଙ୍ଗୀନ୍
ନା ମୁଁ ପିନ୍ଧିଥିବା ଚଷମା ।
ଚଷମା ଖୋଲିବାର ସାହାସ
ଯୋଗାଡ଼ କରି ସାରିବା ପରେ,
ମନେ ପଡିଯାଏ ରଙ୍ଗ ଛଡା
ଗତକାଲିର ଚିତ୍ରିତ ସବୁ ଦୃଶ୍ୟପଟ ।
ମିଛ ବାଲିଘର, ରାଜା ରାଣୀ ଖେଳ
ତା'ଠୁ ଆହୁରି ମଲ୍ହଣ ଲାଗେ
ଅପର୍ତ୍ତୀ ଓ ଗୁରେଇର ତାଳିପକା ସଂସାର ।
ଫାସି ଫନ୍ଦାରେ ଝୁଲୁଥିବା
ବହୁ ଆଗରୁ ମରି ସାରିଥିବା
ଅପରାଧୀଙ୍କ ମର ଶରୀର,
ତାଠୁ ଅଧିକ ପୀଡା ଦିଏ , ନିର୍ଭୟା ମାନଙ୍କ ଜ୍ଜ୍ଵଳନ ।
ସମୃଦ୍ଧ ଶାଳୀ , ଆଡ଼ମ୍ବର ପୂର୍ଣ୍ଣ
ମଣିଷର ଜୟଯାତ୍ରାକୁ ପରାହତ କରେ
କୋରୋନାର କରୁଣ ସନ୍ତ୍ରାସ ।
ଆକାଶରୁ ଫେରିଯାଉ ଜହ୍ନ,
ନ ଛୁଇଁଲେ ନ ଛୁଉଁ ପୃଥ୍ବୀକୁ ଫଗୁଣ,
ରଙ୍ଗର ମହୋତ୍ସବ ପଛେ ହେଉ ଅକାରଣ ।
ହେଲେ
ମାଟି , ମାଟି ହୋଇ ଥାଉ,
ଆକାଶ ତା ରଙ୍ଗ ବଦଳାଉ ଥାଉ ।
ଆମେ ତ ମାଟିର ମଣିଷ
ଆକାଶ ପାଇଁ କିଆଁ
ମୁହଁ ଉପରେ ମୁଖା ଲଗାଇବା
କି ଆଖିରେ ଚଷମା ।।