STORYMIRROR

Puspalata Jena

Inspirational

3  

Puspalata Jena

Inspirational

ସେବା

ସେବା

1 min
134


ମାନବର ସେବା ଯେ ମାଧବ ସେବା

ସମସ୍ତଙ୍କ ସେବାକର

ସମାଜ ସେବାଟି ଭଗବତ୍ ସେବା

ତାକୁ ଗଣ୍ଠିଧନ କର ।


ସେବା ତଡିଦିଏ ମନରୁ ଗରବ

ଜୀବନ ହୁଏ ପବିତ୍ର 

ମନେ ଭରିଦିଏ ସ୍ନେହ ପ୍ରେମଆଦି

ମନୁ ମୋହ ହୁଏ କ୍ଷୟ ।


ସେବା ମାଧ୍ୟମରେ ପହଞ୍ଚେ ମନୁଷ୍ୟ

ଜୀବନର ଲକ୍ଷ୍ୟ ପାଶେ

ଜପ ଧ୍ୟାନ ପୂଜା ପୋଥି ଓ ପୁରାଣ

ଜ୍ଞାନ ନ ପାରଇ ତେତେ ।


ସେବାପାଇଁ ଯେବେ ସାହାଯ୍ୟର ହାତ 

ବଢାଅ ନିସ୍ବାର୍ଥ ଭାବେ

ଈଶ୍ବର ଦେଖି ଖୁସି ହୋଇ ଥାଆନ୍ତି

ଆଶୀଷ ଦିଅନ୍ତି ତେବେ ।


ଭାବନାହିଁ କେବେ ତୁମ ସେବା ଯୋଗୁଁ

ପୃଥିବୀ ବଦଳିି ଯିବ

େବାର ଫଳରେ ତୁମରି ଭିତରେ

ସଂସ୍କାରରେ ଭରିିି ଯିବ ।


ସେବା ଯୋଗୁଁ ମିଳେ ଅପାର ଆନନ୍ଦ

ଦିବ୍ୟାନନ୍ଦ ମିଳିଯାଏ 

ବିଭୁ ଉପହାର ତୁମ ମାଧ୍ୟମରେ

ସତରେ ଯେ ମିଳିଯାଏ ।


ପରହିତ ଲାଗି ସେବାକରେ ଯିଏ

କୃପାପାଏ ପ୍ରଭୁଙ୍କର 

ସେବା ସାଧନାରେ ବ୍ୟସ୍ତରହେ ଯିଏ

ତା ଦାୟିତ୍ବ ପ୍ରଭୁଙ୍କର ।


ଗାାନ୍ଧି ଗୋପବନ୍ଧୁ ମଦର ଟେରେସା

ସ୍ବାର୍ଥହୀନ ସେବାଦେଇ

ନମସ୍ୟ ସେମାନେ ବିଦିତ ଜଗତେ

କି ଦେବା ଉପମା ଭାଇ ।


ଅନ୍ୟକୁ ସାହାଯ୍ୟ କରୁଥାଅ ନିତି

ଆଘାତ କରନା କାରେ

ଜୀବନେ ଚରମ ଲକ୍ଷ୍ୟର ନିକଟେ

ସେବା ଘେନେ ନିରନ୍ତରେ ।


Rate this content
Log in

Similar oriya poem from Inspirational