ଗୃହଲକ୍ଷ୍ମୀ
ଗୃହଲକ୍ଷ୍ମୀ
ଝିଅଟିଏ ବୋହୁ ହୋଇ ଶାଶୁଘର
ଏରୁଣ୍ଡି ଡେଇଁଲେ ହୁଏ
ସେ ଘରର ଗୃହଲକ୍ଷ୍ମୀ କୁଳବଧୁ
ଅବଗୁଣ୍ଠନ ବତୀଟିଏ ।୧
ଯେ ଯାହା ହାଣ୍ଡିରେ ଚାଉଳ ପକାଇ
ଥାଏ ବୋହୁ ହୋଇଯାଏ
ପରକୁ ଆପଣାର କରି ଗଢିଥାଏ
ସୁନାର ସଂସାର ଟିଏ ।୨
ଭଲମନ୍ଦ ସୁଖଦୁଃଖରେ ଆପଣା
ପଣେ ବାନ୍ଧେ ପରିବାର
ଶାଶୁଘର ସମ୍ମାନ ପାଇଁ ସେ ଭୁଲି
ଯାଏ ଆପଣା ପିଅର ।୩
ଶାଶୁ ଶ୍ବଶୁର ଙ୍କୁ ପିତାମାତା ମଣି
ତାଙ୍କରି ସେବା ସେ କରେ
ନଣନ୍ଦ ଦିଅର ଅଳି ଅରଦଳି
ପୂରଣ ପାଇଁ ହାଜର ।୪
ପତି ସୋହାଗିନୀ ପତିବ୍ରତା ନାରୀ
ପତି ସେବା ରେ ବିଭୋର
କୁଳରକ୍ଷା ପାଇଁ ହସିହସି ସହେ
ଗର୍ଭ ଯନ୍ତ୍ରଣା ଅପାର ।୫
ଶାଶୁ ଶ୍ବଶୁର ଙ୍କ ସେବା ସନ୍ତାନ
ଲାଳନ ପାଳନ କରେ
ନିଜେ ଦୁଃଖ ସହି ଅପରେ ହସାଏ
କୁଳଲକ୍ଷ୍ମୀ ସେ ଗୃହରେ ।୬
ନିଜ ଇଚ୍ଛାସବୁ ମନରେ ମରେତା
ପୂରଣ କରେ ଆନର
ନିଜେ ନଖାଇ ସେ ସଭିଙ୍କୁ ଖୁଆଏ
ଏହିଯେ ଲକ୍ଷ୍ମୀ ବେଭାର ।୭
ଅଭାବକୁ ସେ ଦୂର କରିବାକୁ
ସବୁବେଳେ ସେ ତୟାର
ନିଜ ପରିବାର ତା ସୁନା ସଂସାର
ତା ପାଇଁ ସ୍ବର୍ଗ ତା ଘର ।୮
ଗୁରୁଜନେ ଭକ୍ତି ଲଘୁଜନେ ସ୍ନେହ
କଳାରେ ସେ ଯେ ନିପୁଣା
ଶତୃ ପାଇଁ ସେ ସାଜେ ରଣଚଣ୍ଡୀ
ସୁସଂସ୍କାରେ ସେ ପ୍ରବୀଣା । ୯
କର୍ପୂର ଯାଇଛି କନା ପଡିଅଛି
ନରୀ ଭୁଲିଛି ସଂସ୍କାର
ଗୃହଜ୍ୟେଷ୍ଠ ଗଣ ବଡପଣେ କ୍ଷମ
ନବୀନା ବଧୁ ଦୋଷର ।୧୦
ଛୋଟ କଥା ନୁହେଁ କୁଳବଧୁ ତୁମେ
କେତେ ଆଶା ଭରସାର
ତୁମେ ଶତଦଳ ତୁମେ ଜାହ୍ନବୀର
ପବିତ୍ର ଶୀତଳ ଧାର ।୧୧
ଆଧୁନିକତାର ଦ୍ବାହୀ ଦେଇ ଦେଇ
କରନା ଯେ ସ୍ବେଚ୍ଛାଚାର
ଆଜିବି ସବୁରୀ ମନରେ ରହିଛି
ଗୃହଲକ୍ଷ୍ମୀ ପାଇଁ ଆଦର ।୧୨
