STORYMIRROR

Puspalata Jena

Fantasy Others

4  

Puspalata Jena

Fantasy Others

ଭିଜା ଭିଜା ବର୍ଷା ଦିନ

ଭିଜା ଭିଜା ବର୍ଷା ଦିନ

1 min
274


ଯାଇଛି ନିଦାଘ ଆସିଛି ପ୍ରାବୃଟ

ଭିଜା ଭିଜା ବର୍ଷା ଦିନ 

ଉତ୍ତାପ ଦୂରେଇ ଶୀତଳ ପରଶେ

ଭରିଛି ବରଷା ଦିନ ।


ରିମ୍ ଝିମ୍ ସୁରେ ଝରଇ ଅମୀୟ

ତପତ ଧରଣୀ ବୁକେ

ସବୁରି ପରାଣେ ନବୀନ ଉଲ୍ଲାସ

ନବ ଆଶା ଉଙ୍କି ମାରେ ।


ବରଷା କାଳରେ ଧୂସର ଧରାରେ

ସବୁଜିମା ଭରି ଯାଏ

ସବୁଜ ପ୍ରାନ୍ତରେ ସାଧବ ବୋହୂ ଟି

ନାଲିପାଟ ପିନ୍ଧି ବୁଲେ ।


ପାଗଦେଖି ଚଷା‌ କ୍ଷେତ ବେଉଷଣ

କରିବାକୁ ଅଣ୍ଟାଭିଡେ

କାଳିଆ କସରା କାନ୍ଧରେ ଜୁଆଳୀ

ପକାଇ ବିଲକୁ ନିଏ ।


ନୀଳ ଆକାଶରେ କଳାମେଘ ଦେଖି

ଆକାଶରେ ବଗ ଉଡେ

ଚପଳାର ଛଟା ବାଦଲ ବୁକୁରେ

ଆଖି ଝଲସାଇ ଦିଏ ।


ଭିଜା ଭିଜା ଏଇ ବରଷା ଦିନରେ

ମନ ଆନମନା ହୁଏ

ପରଦେଶେ ଥିବା ମନର ମଣିଷ

ଭାରି ମନେ ପଡ଼ିଯାଏ ।


ବରଷା ର ଧାରା‌ ଭିଜାଏ ସଭିଙ୍କୁ

ଭିଜା ଭିଜା ସପନରେ

ପାଣିଧାର ଦେଖି କାଗଜର ଡଙ୍ଗା

ଭବିଷ୍ୟତ ଯେ ଭସାଏ ।


ଭିଜା ଭିଜା ବର୍ଷାଦିନ ଭଙ୍ଗାମନ

ମୋର ଭଙ୍ଗା କୁଡିଆରେ 

ଭିଜାଏ ଭସାଏ କେତେ ଯେ ସପନ

ଭଙ୍ଗା ଚାଳ ପାଣିଧାରେ ।



Rate this content
Log in

Similar oriya poem from Fantasy