STORYMIRROR

Bhagabat Sahoo

Fantasy Others

4  

Bhagabat Sahoo

Fantasy Others

ଗ୍ରୀଷ୍ମ

ଗ୍ରୀଷ୍ମ

1 min
13


ଗ୍ରୀଷ୍ମର ପ୍ରବାହ ବଢିତ ଗଲାଣି

ଗୁଳୁ ଗୁଳୁ ଜଳେ ଧରା

ଘରେ କି ବାହାରେ ରହି ହେଉ ନାହିଁ

ତାତି ଯାଏ ବସୁନ୍ଧରା !!

ଗ୍ରୀଷ୍ମର ତାପରେ ଜଳିତ ଗଲେଣି

ଯେତେ ସବୁ ବୃକ୍ଷ ଲତା

କଅଁ ଳ ପତର ଝାଉଁଳି ଗଲାଣି

ଝାଉଁଳେ ଗଛ ର ଶାଖା !!

ଶୁଖିତ ଗଲାଣି ନଦୀ ଧାର ସ୍ରୋତ

ଶୁଖିଛି ଝରଣା ଧାର

ଗଢିଆ ପୋଖରୀ ଶୁଖି ଯାଇ ସବୁ

ହୋଇଲେଣି ଦୁଇଫାଳ !!

ଉତ୍ତାପରେ ଜଳେ ଗିରି ବନ ଯେତେ

ହୁ ଉ ହୁ ଉ ଶିଖା ଢାଳି

ଜଙ୍ଗଲର ଯେତେ ଜୀବ ଜନ୍ତୁ ସବୁ

ନିଆଁ ରେ ଯାଆନ୍ତି ପୋଡି !!

ପ୍ରକୃତିର ଏହି କରାଳ ଯନ୍ତ୍ରଣା

ସଭିଙ୍କୁ ଯାଇଛି ଘାରି

ନିଏ ପ୍ରତିଶୋଧ ସଭିଙ୍କ ଉପରୁ

କାହାକୁ ଦିଏନା ଛାଡି !!

ବୃକ୍ଷ ତରୁ ଲତା କାଟି ଦେଇ ସବୁ

ଜଙ୍ଗଲ କୁନାଶକଲ 

ହିମାଳୟ ଗିରି ତାଡି ପକେଇଲ

ଭୂମି ହୋଇଗଲା ଖୋଳ !!

ବିଜ୍ଞନ ର ଅଗ୍ରଗତି କରିସବୁ ଜନ

ନୂଆ ଉଦ୍ଭାବନ କଲ

କଳ କାରଖାନା ଟାୱାର ବସେଇ

ସୂର୍ଯ୍ୟ ଙ୍କୁ ପାଖେଇ ନେଲ!!

ସେଥିପାଇଁ ସାଜେ ପ୍ରକୃତି ବଇରୀ

ଖେଳେ ସେ ନିଆଁ ର ଖେଳ

ପ୍ରକୃତିକୁ ଧ୍ୱଂସ କରନା ମାନବ

ଘେନିବ ଅଚିରେ କାଳ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy