STORYMIRROR

Padmalaya Mishra

Abstract Classics Fantasy

4  

Padmalaya Mishra

Abstract Classics Fantasy

ମନ କାନଭାସ

ମନ କାନଭାସ

1 min
13


ବେଦନାର ତୂଳୀ ଧରି

କେଉଁ ଚିତ୍ର ତୁମେ ଆଙ୍କି ପାରିବ

କଳକଳ ଝରଣାର

ହଳହଳ ଉଡୁଥିବା ପକ୍ଷୀର

ନା ଢଳଢଳ ନୟନର

ତୁମେ ଅତୃପ୍ତ ବିଷାଦଗ୍ରସ୍ତ

ହୃଦୟରେ ବିଷାକ୍ତ ଜ୍ଵାଳା

ଛଳଛଳ ଆଖି ଦେଖି ପାରିବନି

ଫଗୁଣର ପ୍ରୀତି

ବର୍ଷାର ଗୀତି

ଦେଖିବ ତ ଶୀତର ପ୍ରକୋପ

ଗ୍ରୀଷ୍ମର ଅସହ୍ୟ ତାତି ।।


ତଥାପି ତୟାର ତୁମେ

ଆଙ୍କିବାକୁ ଦୁନିଆକୁ

ନିଜ ନଜରରେ

ବେପରୁଆ ଭାବରେ

ଯେଉଁଠି ନଥିବ ପ୍ରେମର କଳିକା

ସ୍ନେହର ପରଶ

ଭାବନା ସରସ

ଥିବ ପ୍ରତାରଣାର କ୍ଷତ

ଲହୁର ସ୍ରୋତ

ଯାତନାର କାହାଣୀ

ଲୁହ ଝରାଉଥିବା ଶ୍ରାବଣୀ ।।


ମୁଁ ଅଟକାଇବିନି ,

ବହି ଯାଉ ତୂଳୀ ଦେଇ

ଅବ୍ୟକ୍ତ ବେଦନା

ଅତୃପ୍ତ କାମନା

ପଚାସଢା ବାସନା ।

ତାପରେ ଆଙ୍କିଦେବ

ମୌସୁମୀର ଛିଟା

ଋତୁରାଜର ଝଲକ

ମନ ସ୍କେଲରେ ମାପି ଆସିବ

ସାରା ମୂଲକ

ଯେଉଁଠି ବାଜୁଥିବ ବାଂଶୁରୀ

ନାଚୁଥିବ ମୟୂରୀ

ଭାସି ଆସୁଥିବ ଫୁଲର ମହକ

ପ୍ରକୃତି ରାଣୀର କୁହୁକ

ଆଖିରେ ଭରି ଆଣିବ

ଖାଲି ରଙ୍ଗୀନ ଦୁନିଆ

ହଜିଥିବ ଯେଉଁଠି ତୁମରି ହିଆ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract