STORYMIRROR

Panchanan Jena

Fantasy Inspirational

4  

Panchanan Jena

Fantasy Inspirational

ସଙ୍ଗୀତ ଆବାହନୀ

ସଙ୍ଗୀତ ଆବାହନୀ

1 min
12


ଆସରେ ମିତ ମିତଣୀ

ଆସ --- ପାଖକୁ ଆସ

ଆସରେ ସଖା ସଙ୍ଗୀନୀ

ବସ ---- ଲାଗିକି ବସ

ଆସରେ ବନ୍ଧୁ ବାନ୍ଧବୀ

କାଶ - ମିଶିକି କାଶ


ଚାଲ --- ଗାଇବା ଜୀବନ ଜୀବନୀ

ହାତରେ ହାତ ମିଶେଇ

ସୁରରେ ସୁର ମିଶେଇ

ଛାତିରେ କୋଳେଇ ଲଗେଇ

ଗାଇ ଦେବା ବନ୍ଧୁତ୍ଵର ସଂଗୀତ ଆବାହନୀ


ହେଇ ଦେଖ ଥରେ

ଫେଡ଼ି ବେନି ନୟନ ଦିଗନ୍ତ

ଉପନୀତ ହେଇଛି ଶେଷ ବସନ୍ତ

ଆମ୍ବଗଛ ଖୁସିରେ ଦିଶୁଛି ଶୋଭାବନ୍ତ

ନିମ୍ବ ପଳାସ ସୂର୍ଯ୍ୟମୁଖୀ ସବୁ ଫୁଲବନ୍ତ

ଦେଖ ନୈସର୍ଗିକ କଥାଚିତ୍ର ଏମନ୍ତ ଘୁମନ୍ତ


ଆସ ଭାଇ - ସଖା -ସୋଦର

ଏକତ୍ର ରହିବା ପାଇଁ ପଣ କରିବା

ଜଣା ମତ ପାର୍ଥକ୍ୟ ହେବ --ହେଉ

ଜଣା ବିଚାର ବିଭ୍ରାଟ ହେବ - ହେଇ ଯାଉ

ଜଣା ତର୍କ ବିତର୍କ ହେବ -- ହେଉ

ଜଣା ବାକ୍ ବିତଣ୍ଡା ହେବ - ହେଉ ଥାଉ

ସମସ୍ୟା ଘେରରେ ପଡିଲେ କେହି

ନିବାରଣ ପାଇଁ ଧାଇଁବା ଆମେ

ସମାଧାନ ପାଇଁ ଛାଡି ପତେଇବା ଆମେ

ଅଠା କାଠି ପରି ଲାଗି ରହିବା ଆମେ


କି ବାହାଦୂରୀ ଦେଖଉଛ କି ହୋ

ହୃଦୟକୁ ଛୁଇଁ କି ଦେଖ

କି ଫୁଟାଣି କମାଣି ବୋଲଉଛ କି ହୋ

ଆତ୍ମାରେ ଘର କରି କି ଦେଖ


ପାରିବୁ ଯେବେ

ଜାଣିଥା ସ୍ଵର୍ଗୀୟ ସୁଖ ତେବେ ଉପଭୋଗ

ବାକି ସବୁ ବୃଥା ଅସ୍ଫାଳନ ଯନ୍ତ୍ରଣା ରୋଗ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy