ବଇଁଶୀ ଖୋଜୁଛି ପାଉଁଜି ସ୍ବନ
ବଇଁଶୀ ଖୋଜୁଛି ପାଉଁଜି ସ୍ବନ
ଲୁଚାଇଲେ ଯେତେ ମରମର କଥା
ପାରେନି ହୃଦୟ ଚାପି ଅଟକି
ଉଚ୍ଚରି ଉଠଇ ଜିହ୍ବା ତୁମ ନାମ
ପାରେନାହିଁ ବୁଝି ଭ୍ରମ କାହିଁକି ।
ଭାବିଲେ ନୀରବେ ତୁମ ରୂପ ଦିଶେ
ଝଲସେ ମୁହଁଟି ଆଖି ଆଗରେ
ତୁମ ବିନା ସାଥୀ ଲାଗେ ନାହିଁ ଭଲ
ତୁମ ପାଇଁ ସଦା ଅନ୍ତର ଝୁରେ ।
ବହଇ ଉଜାଣି ଜୀବନ ଯମୁନା
ଉଚ୍ଚାଟଇ ତଟ ବାସ କଦମ୍ବ
ନିସ୍ରବି ଉଠଇ ହୃଦ ଅନ୍ତଃସ୍ରୋତ
ଅନୁରାଗ ରାଗେ ପ୍ରବହେ ଭାବ ।
ଚାତକ ପରାଏ ପ୍ରତି ଆଶା ଲୟେ
ପ୍ରିୟା ଅଭିସାରେ ପ୍ରତୀକ୍ଷମାନ
ବିରାଜ ଶ୍ରୀରାଧେ କୃଷ୍ଣ ମନପ୍ରାଣେ
ବଇଁଶୀ ଖୋଜୁଛି ପାଉଁଜି ସ୍ବନ ।।