STORYMIRROR

Akshaya Dash

Action Fantasy Inspirational

4  

Akshaya Dash

Action Fantasy Inspirational

ଶେଫାଳୀ

ଶେଫାଳୀ

1 min
21

ଆକାଶ ତାରା ରାତିରେ ଭରା 

ପ୍ରଦୀପ ପରି ଶୋଭା,

ଧରିତ୍ରୀ ପରେ ଦିବସେ ଝରେ

ଶେଫାଳି ମନ ଲୋଭା।

 ଦୂରରୁ ଅନା ସୁନ୍ଦର ସିନା

ତାରା ବାସନା କାହିଁ,

ପଳାଶ ଫୁଲ ଦୂରରୁ ଭଲ

ପାଖେ ସୁବାସ ନାହିଁ।

ମୁକୁତା ପରି ଭୂଇଁରେ ପଡି

ମହକ ଶୋଭା ବାସ,

ପୁଜିବା ପାଇଁ ମନକୁ ଧାଇଁ

ହସେ ଆସିନ ମାସ।

ପୃଥିବୀ ମାତା ଦେହରେ ଚିତା

ଝରି ଶେଫାଳି ଫୁଲ,

ପୁଜା ପରବ ଖୁସି ସରବ

ପ୍ରକୃତି ରାଣୀ ତୁଲ ।

ଧବଳ ପୁଞ୍ଜ ପାଖୁଡା କୁଞ୍ଚ

ନାଲି ଅଳତା ମାନ 

ସତେକି ଝରି ପଡ଼ୁଛି ବରି

ଦଶଭୁଜାଙ୍କ ଥାନ ।

ଶେଫାଳି କାନ୍ତି ପରାଣେ ଶାନ୍ତି 

ଆକାଶ ଚାନ୍ଦ ପରି,

 ଆଞ୍ଜୁଳା ଧରି କଲ୍ୟାଣ ବରି

ପଡ଼ଇ ତଳେ ଝରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action