STORYMIRROR

Akshaya Dash

Action Inspirational Others

4  

Akshaya Dash

Action Inspirational Others

ମାଉସୀ ଘର

ମାଉସୀ ଘର

1 min
15

ଆମ ପରିବାର 

ଠାକୁର ଆମର 

ବରଷକୁ ଥରେ ମାଉସୀ ଘର,

ବଡ ଦେଉଳରୁ 

ରଥରେ ସକାଳୁ 

ବାହାରିଲେ ବୁଲି ସେ ତରଭାର।

ଟାଣିବାକୁ ରଥ 

ଅଛନ୍ତି ଭକତ 

ରଥରେ ଡାହୁକ ଉଡ଼ାଇ ନିଏ,

କଳା ଧଳା ଘୋଡ଼ା 

ତିନିରଥ ଯୋଡ଼ା 

ବାଟରେ ବିଶ୍ରାମ ରଥକୁ ଦିଏ।

ଇଚ୍ଛା ମୟଙ୍କର୍ 

ଇଚ୍ଛାରେ ସଂସାର 

ମାନବ ରୂପରେ ଇଶ୍ୱର ଲୀଳା 

ମାଉସୀ ଘରକୁ

ପ୍ରଭୁ ଆସିବାକୁ 

ଭକ୍ତଙ୍କ ପାଇଁ ଅପୂର୍ବ ବେଳା।

ରଥରେ ଦର୍ଶନ 

ମନ ଛନ ଛନ 

ଜନତା ଭିଡ଼ରେ ଦେଵତା ମାନେ 

ଜଗନ୍ନାଥ ମୟ 

ଦୂର ହୁଏ ଭୟ 

ତିନି ରଥ ଟାଣି ନିଅନ୍ତି ଜନେ।

ମାଉସୀ ମାଆ ଘର 

ଆମ୍ବ ପଣସର୍ 

ବଗିଚାରୁ ଫଳ ତୋଳିବେ ହରି,

ନବ ଦିନ ପାଇଁ 

ପରବ କୁ ଯାଇଁ 

ରଥରେ ବାହୁଡ଼ି ଆସିବେ ଧରି।

ଲକ୍ଷ୍ମୀ ସାଆନ୍ତାଣୀ 

ରୋଷ ହୋଇପୁଣି 

ଭାଙ୍ଗିବେ ରଥକୁ ମନରେ ପାଞ୍ଚ,

ଭାଇ ଭଉଣୀ କୁ 

ସାଙ୍ଗରେ ନେବାକୁ 

ମାତା ଙ୍କର୍ କୋପ ଏ ରଙ୍ଗ ମଂଚ।

ଲୀଳା ମୟ ହରି 

କରୁଛି ଗୁହାରି 

ଘୋଷ ଯାତ୍ରା ତବ୍ ପବିତ୍ର ମୟ 

ସଂସାର ମଙ୍ଗଳ 

ପ୍ରାଣୀଙ୍କ କୁଶଳ 

ପାପା ତାପ ହରି ଦିଅ ଅଭୟ।

ସଂସାର ଭିତରେ 

ସରବ ହିତରେ 

ତବ କୃପା ପ୍ରଭୁ କର ବରଷା,

ମଝି ଦରିଆରେ 

ଭାସୁଛି ଫରୁଆ 

ଜଗନ୍ନାଥ ପ୍ରଭୁ ଏକା ଭରଷା।



Rate this content
Log in

Similar oriya poem from Action