STORYMIRROR

Akshaya Dash

Romance Fantasy Others

4  

Akshaya Dash

Romance Fantasy Others

ଶୀତୁଆ ରାତି

ଶୀତୁଆ ରାତି

1 min
379


ଆଗୋ ବଦାଳସି

ସପନ ବିଳାସୀ

ଉଦାସୀ ନୟନେ ଝୁରେ,

କଣ୍ଟଦେଇଥିଲ

ଘଣ୍ଟା କଣ୍ଟା ଘୁରି

ଆସିଳନି ଆମ ପୁରେ।

କୋମଳ କମଳ

ହୁଏ କଲବଲ

ନିଇତି ଶେଜକୁ ଚାହିଁ,

କାର୍ତ୍ତିକ ସରିଲା

ମଗୁଶୁର ହେଲା

ତୁମରତ ପାଦ ନାହିଁ।

ମନର ମଇନା

ଉଛନ ମାନେନା

ହିଡ, ବନ୍ଧ, ବାଡ ଘାଟ,

ଦେହର ଦାହକୁ

ସମ୍ଭାଳି ପାରୁନି

ଲଗାନି ଭଗାରି ନାଟ।

ପରକୀୟା ପ୍ରୀତି

ସିଖାଇଲ ଅତି

ପଢେଇଲ ଯେଉଁ ପାଠ,

ରହିବି ପାରୁନି

ସହିବି ହେଉନି

ଚାହିଁଛି ତୁମର ବାଟ।

ଚାଦର ଦେଉନି

ଆଦର କମ୍ବଳ

ତୁମକୁ ଝୁରୁଛି ମନେ।

ପୋଡ଼ିଗଲା ମନ

ଜାଣିଛତ ଧନ 

ନିଆଁ ଲାଗିଗଲେ ବନେ।

ବାଘ ପରି ରାଗ

ମାଡ଼ିଆସ ଆଗ

ବିଦାରିଜ ନଖ ଦାନ୍ତ,

ଥରି ଉଠୁ ଦେହ

ମରି ଜାଉ ଭୋକ

କରିପକା ତନୁ କ୍ଳାନ୍ତ।

ଶୀତୁଆ ପରସ

ଶୃଙ୍ଗାର ସରସ

ମାଦକ ବିହୀନ ଜୀବ,

ବଞ୍ଚିବା ଅପେକ୍ଷା

ମରିବାଟା ସାର

ନପୁଂସକ, ବନ୍ଧ୍ୟା ଥିବ।

କାମନା ବାସନା

ତାପାଇଁ ଅସନା

ବଳତକାର ହିଂସ୍ର ଭାବ,

ଫୁଲର ମର୍ଯ୍ୟାଦା 

ଦେବତା ମସ୍ତକ

ଶ୍ରଦ୍ଧା, ପ୍ରେମ କରି ଠାବ।

ପଟେଇ ଲୁଟେଇ

କଟେଇ ରାତିଟା

ସକାଳର ନିଆଁ ଖାଇ,

 ପବିତ୍ର ଗଙ୍ଗାରେ

ବୁଡ଼ ପକେଇଲେ

ସବୁ ପାପ ଯାଏ ଧୋଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance