STORYMIRROR

Akshaya Dash

Tragedy Action Inspirational

4  

Akshaya Dash

Tragedy Action Inspirational

ନୀରବ ନୀଡ଼

ନୀରବ ନୀଡ଼

1 min
61

ନୀରବତା 

*******

ଅକ୍ଷୟ କୁମାର ଦାଶ ଜାରକା ଧର୍ମଶାଳା ଯାଜପୁର 

*******"*******************

ସଞ୍ଜ ଆସିଗଲା ପରେ 

ରାତ୍ରୀର ଯାତ୍ରୀ ଯେତେ ଯଶ କୀର୍ତ୍ତି 

ନୀରବତା ଆଖି ଠାରେ,

ଅସହାୟ ଏହି ଭୋକିଲା ଜୀବନ 

ନିୟତି ନିକଟେ ହାରେ ।

ସଞ୍ଜ ଗଡିଲା ପରେ 

ପକ୍ଷୀଙ୍କ କାକଳି ନୀରବ ନିଶ୍ଚଳ 

ନୀରବରେ ନୀଡ଼ ଧରେ,

ପାଦପ ପତର ସରଗ ସାଗର 

ଯୌଗିକ ମୁଦ୍ରାକୁ ବରେ,

ବୁଡ଼ିଆଣି ଜାଲ ଅଡ଼ୁଆ ପରାଣ 

ଅଭାବ ଆଶଙ୍କା ଥରେ।

ସୁରଜ ନୀରବ ରହି 

ଧରଣୀ ଜାଉଛି ସହି 

ମଣିଷ ଭିତରେ ଅସୁର ସବାର 

ବୁଦ୍ଧି ବାଟ ଦିଶୁନାହିଁ।

ସାଧନାର ସୀମା ନାହିଁ,

 କାହାପାଇଁ ଧାଇଁ ଧାଇଁ କିସ ଫଳ 

କରମ ମରମ ପାଇଁ 

ଗୀତା ଭାଗବତ ପଢ଼ିବିବା କାହିଁ।

ଅନ୍ତର ବାହାର ଠାବ,

ନୀରବ ଜୀବନ ଦୀପ ଶିଖା ସମ 

ସଂସାର ଆଲୋକ ଭାବ।

ସଂସ୍କାର ସଞ୍ଜମ ଭାଷା 

ସଂସ୍କୃତି ସଂପନ୍ନ ସ୍ଵଭାବ ଧ୍ୟାନ 

ସମୟ ଦେବ ଭରଷା,

ଧର୍ଯ୍ୟହରା ଏହି ବିକଲ ମନଟି 

ଭୋଗିଥାଏ ଦୁରଦଶା।

ଅଣ୍ଟି ଛୁରୀ ତଣ୍ଟି କାଟେ 

ଖଣ୍ଟ ଆଁଟକରି ଲୁଟି ଚାଲେ ଧନ 

ଝୁଣ୍ଟିବାଟା ସାର ବାଟେ,

ଆତ୍ମ ଗ୍ଲାନି ପରକାଶ 

 ନୀରବରେ ଧ୍ୟାନ ଦର୍ଶନ ସ୍ୱରୂପ 

ରଜନୀ ଗଲେ ପ୍ରକାଶ।

ଖରା ଛାଇ ଦୁଃଖ ସୁଖ 

ଝଡ ଝଂଜା ଛକା ପଞ୍ଝାର ସଂସାର 

ଶୁଖେଇ ଲାଭକି ମୁଖ,

ହସିନ ପାରିଲେ ନୀରବେ ବସତ 

ଟଳିବ ପାହାଡ ଦୁଃଖ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy