STORYMIRROR

Akshaya Dash

Action Classics Others

4  

Akshaya Dash

Action Classics Others

ଜଗନାଥ

ଜଗନାଥ

1 min
259

କାଳିଆ ଭକତ ଦାଶ ଜଗନାଥ 

ଭାଗବତ ତାଙ୍କ କୃତି 

ବୃଦ୍ଧ ଅବସ୍ଥାରେ ବିଶୁଚିକା ମାରେ 

ରଜନୀ କାଳେ ପବୃତ୍ତି,

ଦୃଷ୍ଟି କ୍ଷୀଣ ବୋଲି ଶିଶ୍ୟଙ୍କୁ ସଂଖାଁଳି 

କବାଟ ସବଦ ବେଗ 

ଆସନ୍ତି ବାହାରି ନେଇଜାନ୍ତି ଧରି 

କରିବାକୁ ମଳ ତ୍ୟାଗ,

ଦିନେ ଡାକି କେହି ଶୁଣିଲେବି ନାହିଁ 

କହିଲେ ହେ 'ନାଥ ରଖ,

ଯାଉଛି ଶୁଭିଲା ଯୁବକ ଆସିଲା 

ନେଲା ହାତ ଧରି ପାଖ.

କହିଲା ଗୋସେଇଁ ଆସିବିଟି ଧାଇଁ 

ଆସ ଥରେ ମନେ କହି,

ସ୍ମରଣ ମାତ୍ରକେ ଆସୁଥିଲା ଆଗେ 

କେତେ ଦିନ ଗଲା ରହି.

ଏପରି ସମ୍ଭବ ଜଗା ଲୀଳା ଭାବ 

ପଚାରିଲେ ତୁମେ କିଏ,

କେଉଁଠି ରହୁଛ କିସ କରୁଅଛି 

ଭାବିଲେ ଆସଇ ଯିଏ.

ସବୁଠି ରହିଛି ଭାବରେ ଜାଣୁଛି 

ମଙ୍ଗଳ କରଇ ବସି,

ଆଉ କାମ ତକ କରିବାକୁ ହେବ 

ଯାଉଛି କହିଲେ ହସି.

ତୁମେ ଜଗନାଥ ଅନାଥର ନାଥ 

 ଧରି ନେବା କାର୍ଯ୍ୟ କରି 

ଏରୋଗ କିମ୍ପାଇଁ ଭଳ କର ନାହିଁ 

ଭୋଗୁଛି କଷଣ ଧରି.

କହନ୍ତି ଗୋସେଇଁ,ପାରାର୍ଧକ ପାଇଁ 

ଭୋଗିବାର ଫଳ କହି 

ମନ୍ଦ, ତୀବ୍ର, ଅତି ତୀବ୍ର, ପାରାର୍ଦ୍ଧ 

ସଂସାରେ ଭୋଗୁଛେ ରହି.

ପୂଜା ଦାନ ଧ୍ୟାନ କରି ଘୁଞ୍ଚେ ମନ୍ଦ 

ତୀବ୍ର ଇଷ୍ଟ ପୂଜା କାଟେ,

ଭୋଗିବାକୁ ହେବ ଅତି ତୀବ୍ର ଦୋଷ 

ଯିବାକୁ ଦେବା ତା ବାଟେ.

ସହିବାକୁ ହେବ କରମ ବିପାକ 

ଜୀବନ ଥିଲା ପର୍ଯ୍ୟନ୍ତ,

ନିଜେ ଭୋଗୁଅଛି ଅପ ମୃତ୍ୟୁ ଦୋଷ 

କହୁଛି ଶୁଣ ଏମନ୍ତ.

ତ୍ରେତୟାରେ ବାଳି ମାରି ଦ୍ୱାପରରେ 

ଜାରାର ସରେ ନିଧନ 

ପାରାଧ କରମ ଭୋଗା ଭୋଗ ଜନ 

ଚକର ଜନ୍ମ ମରଣ.

ମୋ ସଖା ସୁଦାମା ଦରିଦ୍ରତା ଜମା 

ମୁଠିଏ ଖୁଦକୁ ଖାଇ,

ଜୀବନଟା ଜାଣ ମୋ ଠାରେ ଶରଣ 

କିକରି ପାରିଲି ଥାଇ.

 ବେନି ହସ୍ତ ଯୋଡି ବନ୍ଦନା ପ୍ରାର୍ଥନା 

ସର୍ବ ମୟ ଜଗଦୀଶ 

 ଭକତ ଆରତ ପାଖେ ପରାଧୀନ

ଈଶ୍ୱରଙ୍କ ପରବେଶ.

ସଖା ଭକତର ବଂଧୁ ପରିବାର 

ସତ ଗୁରୁ ସଚିତାନନ୍ଦ,

ତଵ ଦରଶନ ଜୀବନ ମୋହନ 

ପ୍ରାପତ ପରମାନନ୍ଦ.

ବନ୍ଦେ ଚରାଚର ଅଖିଳ ଈଶ୍ୱର

ସତ୍ୟ ନାରାୟନ ହରି 

 ନାଥର ସ୍ମରଣେ ଜିନବନ୍ଧୁ ଜଣେ 

ଜଗତ କରତା ବରି!

ଆସୁଛି ଗୋସେଇଁ ବାକି କାମ ପାଇଁ 

ଯିବାକୁ ହେଲାଣି ବେଳ,

ଭକତ ବିପଦ ମୋହର ଦରଦ 

ସଂସାର ନିମନ୍ତେ ଖେଳ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action