STORYMIRROR

Akshaya Dash

Action Classics Children

4  

Akshaya Dash

Action Classics Children

ପିଲା ବେଳ

ପିଲା ବେଳ

1 min
375


ଆକାଶ ନିର୍ମଳ ପରି ଗଙ୍ଗାଜଳ 

ନାରିକେଳ ପିଲାବେଳ,

ନିରୀହ ଅବୋଧ ସରଳ ତରଳ 

 ଖେଳ ଖୁଶି ସାଙ୍ଗ ମେଳ।

ଅଭୟ ଆନନ୍ଦ ନାହିଁ ଭଲ ମନ୍ଦ 

ବୁଝିବାକୁ ପକ୍ଷପାତ,

ସରବେ ନିଜର କେହି ନୁହେଁ ପର 

ସରଧାରେ ଲମ୍ବେ ହାତ।

ନଦୀ ଜଳ ତଳ ଆଡ଼କୁ ଗହଳ

ମିଶିବାକୁ ମହା ସିନ୍ଧୁ,

ପିଲାବେଳ ପୁଣି ଆଗକୁ ବଢଇ 

ପାଇଁ ଆଲୋକର ବିନ୍ଦୁ।

ପାଠ ପାଇଁ ଧାଏଁ ବିଦ୍ୟାଳୟ ଠାଏଁ 

ଗୁରୁଜୀ ଗୁରୁମା ପାଦ,

ଖେଳ କୁଦ ପାଇଁ ବ୍ୟାକୁଳ ଜୀବନ 

କେବେ ନାହିଁ ଅବସାଦ।

ଗଛରେ ଚଢ଼ିବ ଜଳେ ପହଁରିବ 

ପଶୁ ପକ୍ଷୀ ସାଥେ ଖେଳ,

ଭୋଅରୁ ରାତିପଯ୍ୟନ୍ତ ମାତି ରହି 

ଜଣାନାହିଁ ଗଡେ ବେଳ।

ମାଆଙ୍କ ହାତର ତରକାରୀ ଭାତର 

ମହା ପରସାଦ ଘଡି,

ବାପାଙ୍କ ନିକଟ ଶୁଣଇ ଆକଟ 

ମନ ଳଗା ପଢ଼ାପଢ଼ି।

ଭାଇଙ୍କ ତାଗିଦ କଥାକରେ ଗଧ 

ବାର କାମ କରିବାକୁ,

ବଜାର ସଉଦା ଫସଲ ଜଗିଥା 

ଗାଈ ଗୋରୁ ଚରିବାକୁ।

ଭୋଉଣୀକୁ ଆଣି ଖଟା ଦିଏ କିଣି 

ସାଙ୍ଗରେତା ଧରି ଚାଲେ,

ତା ସାଙ୍ଗ ସଙ୍ଗାତ ପ୍ରଶଂସା ବହୁତ 

ମୋ କଥା ବୁଝନ୍ତି ଫାଳେ।

ଆମ୍ ଗାଁ ଲୋକ ପିଲା ଛୁଆ ସବୁ

ଭଳ ଲାଗେ ମୋତେ ବୋଲି,

ଆମ୍ ଘର ବୁଲି ଆସିଲେ ଦିଅଇ 

ବାଡ଼ି ଫଳ ତାଙ୍କୁ ତୋଳି।

ପୁନେଇ ପରବ ଦାକଇ ସରବ 

ଘର୍ ଘର ବୁଲି ବୁଲି,,

ହାତକୁ ପତର ବଢାଇ ଏଥର 

ଜାଏ ପାଖୁ ରନ୍ଧା ଚୁଲି।

ବାପାଙ୍କ ସାଇକେଲ ଅଧା ପେଦଲ 

ଘୁରି ଆସେ ଚକି ଦେଇ,

ବାଡ଼ିରେ ମାଂକଡ ପଶିଲେ ଗୁଲର

ବାଟୁଳି ମାରଇ ନେଇ।

ଗଡି ଗଲା ପିଲା ବେଳା ରାତି ହେଲା 

ଜଞ୍ଜାଳ ଭିତରେ ବନ୍ଧା,

ଯେତେ ରୋଜକାର ଅଭାବ ଭିତର 

ଦିନ ରାତି ବାର ଧନ୍ଦା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action