STORYMIRROR

Akshaya Dash

Romance Fantasy Others

4  

Akshaya Dash

Romance Fantasy Others

ଶୀତୁଆ ରାତି

ଶୀତୁଆ ରାତି

1 min
341


ଆଗୋ ବଦାଳସିସପନ ବିଳାସୀଉଦାସୀ ନୟନେ ଝୁରେ,କଣ୍ଟଦେଇଥିଲଘଣ୍ଟା କଣ୍ଟା ଘୁରିଆସିଳନି ଆମ ପୁରେ।କୋମଳ କମଳହୁଏ କଲବଲନିଇତି ଶେଜକୁ ଚାହିଁ,କାର୍ତ୍ତିକ ସରିଲାମଗୁଶୁର ହେଲାତୁମରତ ପାଦ ନାହିଁ।ମନର ମଇନାଉଛନ ମାନେନାହିଡ, ବନ୍ଧ, ବାଡ ଘାଟ,ଦେହର ଦାହକୁସମ୍ଭାଳି ପାରୁନିଲଗାନି ଭଗାରି ନାଟ।ପରକୀୟା ପ୍ରୀତିସିଖାଇଲ ଅତିପଢେଇଲ ଯେଉଁ ପାଠ,ରହିବି ପାରୁନିସହିବି ହେଉନିଚାହିଁଛି ତୁମର ବାଟ।ଚାଦର ଦେଉନିଆଦର କମ୍ବଳତୁମକୁ ଝୁରୁଛି ମନେ।ପୋଡ଼ିଗଲା ମନଜାଣିଛତ ଧନ ନିଆଁ ଲାଗିଗଲେ ବନେ।ବାଘ ପରି ରାଗମାଡ଼ିଆସ ଆଗବିଦାରିଜ ନଖ ଦାନ୍ତ,ଥରି ଉଠୁ ଦେହମରି ଜାଉ ଭୋକକରିପକା ତନୁ କ୍ଳାନ୍ତ।ଶୀତୁଆ ପରସଶୃଙ୍ଗାର ସରସମାଦକ ବିହୀନ ଜୀବ,ବଞ୍ଚିବା ଅପେକ୍ଷାମରିବାଟା ସାରନପୁଂସକ, ବନ୍ଧ୍ୟା ଥିବ।କାମନା ବାସନାତାପାଇଁ ଅସନାବଳତକାର ହିଂସ୍ର ଭାବ,ଫୁଲର ମର୍ଯ୍ୟାଦା ଦେବତା ମସ୍ତକଶ୍ରଦ୍ଧା, ପ୍ରେମ କରି ଠାବ।ପଟେଇ ଲୁଟେଇକଟେଇ ରାତିଟାସକାଳର ନିଆଁ ଖାଇ, ପବିତ୍ର ଗଙ୍ଗାରେବୁଡ଼ ପକେଇଲେସବୁ ପାପ ଯାଏ ଧୋଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance