STORYMIRROR

Puspalata Jena

Others

3  

Puspalata Jena

Others

ସଂସାର ବନ୍ଧନ

ସଂସାର ବନ୍ଧନ

1 min
144

ସଂସାର ବନ୍ଧନେ ବନ୍ଧା ଏ ଜୀବନ

ମାୟା ମରୀଚିକା ପରି

ମୋର ମୋର ବୋଲି କହୁ ଥାଉ ସିନା

କେହ ନୁହଁନ୍ତି କାହାରି ।୧


ପିତାମାତା ଦାରା ସୂତ କନ୍ୟା ବନ୍ଧୁ

କେତେ ସମ୍ପର୍କରେ ବନ୍ଧା

ମିଛ ମାୟା ଭରା ସଂସାର ଭିତରେ

ଅଳିକ ମୋହରେ ଛନ୍ଦା ।୨


କାମନୀ କାଞ୍ଚନ ଲୋଭରେ ସଭିଏଁ

ଭୁଲନ୍ତି ନିଜର ଲକ୍ଷ୍ୟ

ଆସିଥିଲା କାହୁଁ କିସ ଥିଲା କାମ

ପାସୋରି ଯାଇଛି ଲକ୍ଷ୍ୟ । ୩


କର୍ମ ଅନୁସାରୀ ଫଳ ମିଳିଥାଏ

ଏ କଥାକୁ ଭୁଲନାହିଁ

ଭଲକାମ କଲେ ଭଲ ଫଳ ମିଳେ

ମନ୍ଦପାଇଁ ମନ୍ଦଭାଇ ।୪


ପର ଉପକାର କରିଲେ ଜୀବନେ

ବହୁ ପୂଣ୍ୟ ମିଳିଥାଏ

ନିଜ ସୁଖପାଇଁ ଅନ୍ୟକୁ ପୀଡିଲେ

ପାପ ଫଳ ଭୁଞ୍ଜିଥାଏ ।୫


ପରମ ଧାମରୁ ଆସିଅଛ ସର୍ବେ

ପରମ ପଦକୁ ଖୋଜ

ପରମ ଆନନ୍ଦ ପାଇବ ବନ୍ଧୁରେ

ଜୀବନ ହେବ ସହଜ ।୬


ଭୋଗ ବିଳାସରେ ବୁଡିରହି ଥିଲେ

ସତ୍ୟ ଠାରୁଯାଅ ଦୂରେ

ଠିକଣା ବେଳକୁ ବୁଦ୍ଧି ହଜିଯାଏ

ବୁଦ୍ଧି ନ ଦିଶଇ ବାରେ । ୭


କାମନା କେବେବି ଶେଷ ହୁଏ ନାହିଁ

ବଢେ ହୁତାଶନ ସମ

ପ୍ରେୟକୁ ଛାଡିଣ ଶ୍ରେୟ ଅନୂସାରେ

ଚାଲିବାକୁ କର ଧର୍ମ ।୮


ନିଜ ପାଇଁ ନୁହେଁ ଆନ ପାଇଁ କିଛି

ଭଲକାମ କରିଦେଖ

ପରମ ଶାନ୍ତି ପାଇବ ଜୀବନେ

ଏକଥାକୁ ମନେରଖ ।୯ 


ସଂସାର ବନ୍ଧନ ଅତି ଲୋଭନୀୟ

ଲାଳାୟିତ ହୁଅନାହିଁ

ମାନବ ଜନମ ପାଇଛୁ ମନରେ

ଭଜ ଜଗତ ଗୋସାଇଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍