STORYMIRROR

Puspalata Jena

Others

3  

Puspalata Jena

Others

ପୌରୁଷ

ପୌରୁଷ

1 min
164


 

ପୁରୁଷ ନିଜର ବାହୁ ବଳେ ଅର୍ଜେ

   ଜୀବନରେ ତା ପୌରୁଷ

ଜାତ ହେଲେ ମୃତ୍ୟୁ ଧ୍ରୁବ ସତ୍ୟ ଜଗତ

    ମାତ୍ର ଅମର ପୌରୁଷ ।୧

ଉଚ୍ଚକୁଳେ ଜାତହେବା ଦୈବାଧିନ

     ଅଟଇ ଏ ଜଗତେ

ପୌରୁଷ ଅର୍ଜଇ ମଣିଷ ନିଜର

     ଇଚ୍ଛା ନିଜ ବାହୁବଳେ ।୨

କର୍ଣ୍ଣ ଦିନେ କିହିଥିଲେ ବଜ୍ରଘୋଷେ

   ତାଙ୍କରି ଶୌର୍ଯ୍ୟ ପୌରୁଷ

ସ୍ବର୍ଣ୍ଣାକ୍ଷରେ ଲିଖିତ ଶ୍ରୀ ମହାଭାରତ 

    ମହାଗ୍ରନ୍ଥେ ଯେ ବିଶେଷ।୩

ଧର୍ମ ଅର୍ଥ କାମ ମୋକ୍ଷ ଜୀବନର

    ଚରମ ଅଟଇ ଲକ୍ଷ୍ୟ 

ଏହି ପଥ ଅନୁସରୀ ପରକାଶେ

    ଯେ ନିଜର ପଉରୁଷ ।୪

ତାହାର ଗୁଣ ଗାରିମା ଐଶ୍ବର୍ଯ୍ୟ ଓ

   ତାହାର ଯେ ପଉରୁଷ

ଯୁଗେ ଯୁଗେ ସ୍ବର୍ଣ୍ଣାକ୍ଷରେ ହୋଇଯାଏ

    ଲିପିବଧ ସେ ବିଶେଷ ।୫

ପ୍ରଭୁ ରାମଚନ୍ଦ୍ର ଶ୍ରୀ ପୁରୁଷୋତ୍ତମ

    ବିଗ୍ରହବାନ ଧରମ

ତାଙ୍କରି ପୌରୁଷ ଗାଏ ଜନମନ 

   ନିଅ ଚରଣେ ଶରଣ ।୬

ଗାନ୍ଧି ଗୋପବନ୍ଧୁ ପରି କେତେ କେତେ

   ମହାପୁରୁଷ ବିଶେଷ

ପ୍ରକାଶିଛନ୍ତି ପୌରୁଷ ନାନାମତେ

   ରଖିଛନ୍ତି ଦେଶ ଟେକ । ୭



Rate this content
Log in