STORYMIRROR

Puspalata Jena

Others

3  

Puspalata Jena

Others

ଆଜିର ନାରୀ

ଆଜିର ନାରୀ

1 min
207

ନାରୀ ନୁହେଁ ଆଜି ଅବଳା ଦୁର୍ବଳା

ଅସୂର୍ଯ୍ୟଂପଶ୍ୟା ବଧୂଟିଏ 

ଗୃହ ଅଗଣାରେ ସୀମିତ ନୁହେଁ ସେ

ସବୁଠି ଥାପିଛି ପାଦ ସିଏ ।୧


ଆଜିର ନାରୀ କାହାଣୀ ତା ଅସୁମାରୀ

ତା କର୍ମ ଦକ୍ଷତା ଧୈର୍ଯ୍ୟ

ଉଡାଏ ବିଜୟ ବାନା ଭୂମିଠୁ ଆକାଶ

 ସବୁଠି ରହିଛି ତା ସୌର୍ଯ୍ୟ ।୨


ଲୁଚିନି ସେ ଘର କୋଣରେ ମଥାରେ

ଓଢଣା ଦେଇ ଅନ୍ଧାରେ

ସିଏ ନେତ୍ରୀ ସିଏ ଯନ୍ତ୍ରୀ ସେ ଚଳାଏ

ଦେଶକୁ ତା ସହଜରେ ।୩


ଦେଶ ବିଦେଶେ ତା କାର୍ଯ୍ୟ ହୋଇଅଛି

ପ୍ରସିଦ୍ଧି ଓ ପରିଚିତ

ସେ ବିଜ୍ଞାନୀ ସେ ଜନନୀ ଗୃହରୁ ତା 

କର୍ମକ୍ଷେତ୍ର ସେ ସ୍ୱତନ୍ତ୍ର ।୪


ପୁରୁଷର ସମକକ୍ଷ ଚାଲିଛି ପାଦ 

ମିଳାଇ ଆଗକୁ ଆଗ 

ତା ପଥକରି ସୁଗମ ଶିକ୍ଷା ଦୀକ୍ଷା

ତା ଗାମ୍ଭୀର୍ଯ୍ୟ ତାର ତ୍ୟାଗ ।୫


ମାନେନା ସେ ବାଧା ବନ୍ଧୁର ଦୁର୍ଗମ

ପଥ କରେ ସୁଗମ

ସବୁଠି ବିଜୟ ତାର ରହିଛି ତା

ସ୍ବାକ୍ଷର ତା ପରାକ୍ରମ ।୬


ନାରୀ ସ୍ୱାଧୀନତା ନାମେ କରନା

ବିବାଦ ସ୍ୱେଚ୍ଛାଚାରିତା 

ଭୂଲନା ଗାରିମା ମହନୀୟା ନାରୀ 

ସାବିତ୍ରୀ ଦୌପ୍ରଦୀ ସୀତା ।୭


ଆଜିର ନାରୀ ଆଧୁନିକା ଅନନ୍ୟା

ସୁସମ୍ପର୍ଣ୍ଣା ଓ ସମ୍ପୂର୍ଣ୍ଣା

ଶକ୍ତି ସ୍ୱରୂପିଣୀ ଜ୍ଞାନ ବିଜ୍ଞାନ ରୂପା

ଯୁଗଶ୍ରୀ ଯୁଗାନ୍ତରା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍