ଦୁହିତା
ଦୁହିତା
ଦୁଇ କୁଳହିତା ଅଟଇ ଦୁହିତା
ଏ କଥା ନୁହେଁ ଅନ୍ୟଥା
ଅତି ଅଲିଅଳି ପିତା ଗଳାମାଳି
ବିତରେ ସ୍ନେହ ଶରଧା ।
ଜନନୀ କୋଳରେ ହସି ଖେଳି ବଢେ
ଭାଇ ଭଉଣୀ ମେଳରେ
ତା ହସରେ ଉଏଁ ସୂରୁଜ ସେ ଘରେ
କାନ୍ଦିଲେ ବରଷା ଝରେ ।
ଝିଅଥିଲେ ଘରେ ସୁଖଫୁଲ ଫୁଟେ
ସ୍ନେହ ପ୍ରେମ ଝର ଝର
ଝିଅଥିଲେ ଘରେ ଘରଟି ସୁନ୍ଦର
ହୋଇ ଥାଏ ଭରପୁର ।
ବହୁ ପୂଣ୍ୟ ଥିଲେ ଦୁହିତା ଜନମ
ନିଏ ଗୃହ ଅଗଣାରେ
କନ୍ୟାଦାନ କରି ଜନକ ଲଭନ୍ତି
ପୂଣ୍ୟ ଅପାର ଜୀବନରେ ।
ମଥାରେ ସିନ୍ଦୁର ହାତେ ଶଙ୍ଖା ନାଇ
ପତି ସୁହାଗିନୀ ହୋଇ
ଶାଶୁଘର ଏରୁଣ୍ଡି ବନ୍ଧ ଡେଇଁ ସେ
ରହେ କୁଳବଧୂ ହୋଇ ।
ପରକୁ ଆପଣା କରେ ବାନ୍ଧେସ୍ନେହ
ପ୍ରେମ ମମତା ଡୋରିରେ
ଆସୁ ଯେତେ ଦୁଃଖ ଝଡ ସବୁସହେ
ସର୍ବଂସହା ବୋହୂ ଟିଏ ।
ଦୁଇଟି ବଂଶର ମର୍ଯ୍ୟଦା ନିମନ୍ତେ
ନୀଳକଣ୍ଠ ସାଜେ ସେହି
ପର ଝିଅ ବୋଲି ଯେ ଗଞ୍ଜଣା ସହେ
କୁଳରକ୍ଷା କରେସେହି ।
ଝିଅଟିଏ ପରୀଟିଏ ତା ହସରେ
ଘର ହସେ ଖିଲିଖିଲି
କନ୍ୟାରତ୍ନ ଟିଏସ ବୁଝରେ ସଭିଏଁ
ଭାବନା ତାକୁ ମାମୁଲି ।
ଶାଶୁଘରେ ଗୃହଲକ୍ଷ୍ମୀ ଘରର ସେ
ଦୁହିତା ବଢାଏ ଶୋଭା
ଜନନୀ ଭଗୀନୀ ସୂତା ଯାୟା ରୂପେ
ତୂଲାଏ ସେ ତା ଭୂମିକା ।