ପତି ପତ୍ନୀ
ପତି ପତ୍ନୀ
1 min
200
ସଂସାର ବନ୍ଧନେ ପତି ଓ ପତ୍ନୀ ଏକ
ମନ ହୋଇ ଚଳନ୍ତି
ସଂସାର ସାଗରେ ନାବ ତାଙ୍କର
କାତ ଧରି ବାହିନିଅନ୍ତି ।
ଆସୁ ଯେତେ ଝଡ ବତାସ ବାଆ
ଘନ ଅନ୍ଧକାର ବାଧା
ଦୁହେଁ ସାଥେ ମିଳି ପାରିକରି ଯାନ୍ତି
ସକଳ ବନ୍ଧନ ବାଧା ।
ଜୀବନର ପଥ ବଡ ବନ୍ଧୁର ଯେ
ମିଳିମିଶି ପାରିକର
ଦାମ୍ପତ୍ୟ ପ୍ରେମର ମଧୁ ମଧୁରତା
ଯେ ବୁଝିଛି ସେ ତାହାର ।
ଦାମ୍ପତ୍ୟ ପ୍ରେମର ପଟାନ୍ତର ନାହିଁ
ସ୍ବର୍ଗୀୟ ଅଟେ ସେ ପ୍ରେମ
ପତି ପତ୍ନୀ ମିଶି ବଢାନ୍ତି ସଂସାର
ଅନାବିଳ ସେହି ସ୍ନେହ ।
ବେନି ଅଙ୍ଗେ ଏକ ମନ ଏକ ପ୍ରାଣ
ଚିର ଶାସ୍ବତ ସମ୍ପର୍କ
ବିଧାତା ସେ ଯୋଡି ସୃଷ୍ଟି କରିଛନ୍ତି
ଜୀବନ ଗୁଏ ସାର୍ଥକ ।
ସାତ ଜନ୍ମ ପାଇଁ ଦୁହେଁ ଦୁହିଁଙ୍କର
ସାଥୀ ଏକାନ୍ତ ନିଜର
ଏକ ବିନା ଆନ ବଞ୍ଚିବା ଦୂରୁହ
ଜୀବନ୍ତେ ମୃତ ଶରୀର ।