STORYMIRROR

Puspalata Jena

Inspirational

4  

Puspalata Jena

Inspirational

ମା ଓ ଶାଶୁ

ମା ଓ ଶାଶୁ

1 min
258

ମାଆ ପାଇଁ ଝିଅ ଅତି ଅଲିଅଳି

ଗେହ୍ଲେଇ ଦୂଲଣି ଟିଏ

ଝିଅ ମାଆ ଘରେ ଆପଣା ଇଚ୍ଛାରେ

ଖେଳିବୁଲି ବଢିଥାଏ ।


ବାପଘର ଛାଡି ଝିଅ ବୋହୁ ସାଜି

ଆସିଥାଏ ଶାଶୁଘରେ 

ମାଆ ବଦଳରେ ଶାଶୁଙ୍କୁ ପାଏ ନାସେ

ଶାଶୁମାଆ ଙ୍କ ରୂପରେ ।


ଜନମ ଦାତ୍ରୀ ମା ଜନମ ଦିଅନ୍ତ

ଶାଶୁ କର୍ମଦାତ୍ରୀ ମାଆ

ଶାଶୁଙ୍କ ଦୟାରୁ ନାରୀ ତା ଜୀବନେ

ପାଇଥାଏ ଯେ ପୂର୍ଣ୍ଣତା ।


ମାଆ ଦେଇଥିବା ସଂସ୍କାର ସଣ୍ଠଣା 

କନ୍ୟାକୁ ଆଗକୁ ନିଏ

ଶାଶୁ ଗୁରୁଜନ ତାଙ୍କ କଥାମନ

ଏ କଥା ବତାଇ ଥାଏ ।


ମାଆ ବଦଳରେ ଶାଶୁ ମାଆଟିଏ

ମନରେ ଯେ ଘେନାକର

ତାଙ୍କ ସେବାକରି ତାଙ୍କ ମନନେଇ

ଆଗକୁ ବଢିବୁ ଧିର ।


ମୁହଁ ଦେଖି ମାଆ ବୁଝି ପାରିଥାଏ

ଝିଅ ମନକଥା ମାନ

ଶାଶୁଘରେ ବୋହୁ ନିଜ କଥାଭୁଲି

ପରକୁ ଆପଣା ମାନ ।


ଝିଅର କଥାକୁ କାନ ଡେରି ମାଆ

ରହିଥାଏ ସିନାସଦା

ଅଳି ଅରଦଳି ପୂରଣ ପାଇଁକି

ଲାଗିରହି ଥାଏ ସଦା ।


ଝିଅମନେ ଯେଉଁ ସ୍ନେହ ସଦଭାବନା 

ରହିଅଛି ମାଆ ପାଇଁ

 ମନେ ସେ ଭାବନା ଆଣ ଶାଶୁ ପାଇଁ

ଦୁଃଖ କଷ୍ଟ ରହିବନି ।


ମାଆଟିଏ ଯେବେ ଶାଶୁ ହୋଇଯାଏ

ତା ମନରେ ଜାଗେ ଶଙ୍କା

କାଳେ ପରଝିଅ ତା ଅଧିକାର କୁ

ଛଡାଇ ନେବକି ଆହା ।


ପରକୁ ଆପଣା କରିବାର କଳା

ମାଆ ଯେ ଶିଖାଇ ଥାଏ

ସେ କଥା ସୁମରି ସେବା ଭକତିରେ

ଶାଶୁ ମନ ନେଇଥାଏ ।


ମାତା କନ୍ୟା ବୋହୁ ଶାଶୁଆଦି ନାନା

ରୂପେ ନାରୀ କାର୍ଯ୍ୟକରେ

ସେ କଥାକୁ ଭାବି ଆଗକୁ ବଢିଲେ

ଦିନକଟେ ସହଜରେ ।


ଶାଶୁ ଯଦି ପର ଝିଅକୁ ନିଜର

ଝିଅପରି ସ୍ନେହଦେବେ

ବୋହୁର ଦୋଷକୁ କ୍ଷମାକରି ଦେଇ

ଆପଣାର କରିନେବେ ।


ମା ଓ ଶାଶୁ ଦୁହେଁ ମାଆପରି ଜାଣ

ଭକ୍ତିଭାବ ରଖମନେ

ଦୁହିଁଙ୍କ ସ୍ଥାନରେ ଦୁହେଁ ବନ୍ଦନୀୟା

ଏକଥା ରଖିଥା ମନେ ।


Rate this content
Log in

Similar oriya poem from Inspirational