ସାଧନାର ସୁରେ ଗାଅରେ
ସାଧନାର ସୁରେ ଗାଅରେ
ହରି ରସ ସୁଧା ଶାନ୍ତ ସୁଶୀତଳ
କୃପାସିନ୍ଧୁ ଦୟା ସାଗର
ମିଳେ ଗତି ମୁକ୍ତି ଶ୍ରୀପଦ କମଳେ
ନୃତ୍ଯ କରେ ମନ ମୟୂର ।
ପତିତପାବନ ମଦନମୋହନ
ମଳୟ ଚନ୍ଦନ ବାସରେ
ମହକେ ନନ୍ଦନ ସୁବାସ ସୁଗନ୍ଧ
ଭିଜେ ମର୍ମ ପ୍ରେମ ରସରେ ।
ତରିବାକୁ ଭବ ତାପ ତିମିରକୁ
ହରି ରସ ବାଣୀ ତାରିଣୀ
ପାପ ଓ କଳୁଷ ବେଗେ କରେ ନାଶ
ହରଇ ବିଷାଦ ଦାବାଗ୍ନି ।
ରାଧାଗୋପୀନାଥ ଚରଣାରବିନ୍ଦେ
ବିଭୋର ତଲ୍ଲୀନ ଭାବରେ
ବୁଡି ଭକ୍ତିରସ ଅମୀୟ ଆଶାରେ
ପ୍ରୀତି ଅନୁରାଗେ ମଜ୍ଜରେ ।
ଉଜ୍ଜ୍ବଳୁ ଆଲୋକ ଜ୍ଯୋତି ହୃଦୟରେ
ଦିବ୍ୟାନନ୍ଦେ ହୋଇ ମଗନ
ଅବଲୋକି କୃଷ୍ଣ ଲାବଣ୍ୟ ବଦନ
ପୁଲକୁ ଜୀବନ ପରାଣ ।
ଗୁଞ୍ଜେ କୁଞ୍ଜବନେ ବେଣୁ ମଧୁସ୍ବନ
କୋକିଳ ପଞ୍ଚମ ରାଗରେ
ଗାଅ ରାଧାକୃଷ୍ଣ ମନ ପଞ୍ଚପ୍ରାଣ
ସାଧନାର ସୁରେ ଗାଅରେ ।

