STORYMIRROR

ସୁଭଦ୍ରା ସିଂହ

Romance

3  

ସୁଭଦ୍ରା ସିଂହ

Romance

ପ୍ରସ୍ତାବିତ ପ୍ରେମ

ପ୍ରସ୍ତାବିତ ପ୍ରେମ

1 min
193

ଏହି ପୁନେଇଁ ରାତିରେ ଜହ୍ନ ମୋତେ ଫିକା କିଆଁ ଲାଗେ?

ମୁଁ ତ ଅଧରର ଶୋଭା ପାଇଁ ତୁମ ପୀରତି ରଙ୍ଗ ଖୋଜେ  

ପ୍ରଭା ଅପେକ୍ଷା କରେ ଶୁଭ ସକାଳ ଅଭିପ୍ରାୟେ

ପ୍ରକୃତି ରଚୁଛି କ୍ରୀଡ଼ା ପ୍ରେମ ଅଭିନୟେ  


ଆଚ୍ଛା!!!!! ପ୍ରିୟ 

ଶୁଣ କି ନା ଶୁଣି ନାହଁ ଆଜି କୋକିଳର ସ୍ୱର  

ଗାଉଥିଲେ ବସି ସେ ଏକ ପ୍ରେମର ଝଙ୍କାର 

ବାଦ୍ୟ ବାଦକ ଥିଲେ ଝରଣା ପବନ 

ନୃତ୍ୟାଙ୍ଗନା ସାଜିଥିଲେ କେକୀ କୁଜଙ୍ଗ ଗଣ  


ପ୍ରଣୟ ବାରତା ଦେଲ ଯେବେ ପ୍ରକୃତିର ହାତେ  

ନୂତନ ଶୃଙ୍ଗାରେ ସଦା ସେ ସଜାଉ ଅଛି ମୋତେ  

ମନଲୋଭା ଲାଗେ ପ୍ରତି କ୍ଷଣର ଅନୁଭବ  

ସ୍ମୃତି ପୂର୍ଣ୍ଣ ହୋଇ ଉଠେ ମୋ ଯୌବନର ଭାବ


ତୁମ ପ୍ରେମର ପ୍ରଶ୍ରୟେ ମୁଁ ଯେ ଶୋଭନୀୟ ଲାଗେ  

ମୋ ଦୃଷ୍ଟିର ଚତୁରତାକୁ ମୁଁ ଲାଜ ଓଢଣୀରେ ଢାଙ୍କେ 

ଅଧରୁ ମୋ ଛୁଟି ଆସେ ସ୍ମିତହାସ୍ୟର ଲହରୀ  

ଯେବେ ତୁମ ପ୍ରେମ ପତ୍ର ମୁଁ ଥାଏ ହାତେ ଧରି  


ସମ୍ମୋହିତ କଲ ପ୍ରିୟ ପ୍ରୀତି ପ୍ରଣୟରେ 

ତୁମ ପ୍ରେମ ପତ୍ର ଗୃହୀତ ହେଲା ମୋ ଭାବନା ସଂସଦେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance