STORYMIRROR

Chinmaya Kumar Nayak

Abstract Romance

3  

Chinmaya Kumar Nayak

Abstract Romance

ହାଏ ସେ ଆଖି

ହାଏ ସେ ଆଖି

1 min
130

ଆକାଶ ଛାତିରେ ଲୁଚେନାହିଁ କିଛି

ବିଜୁଳି କାନରେ କହିଗଲା,

ପ୍ରୀତିଝରା କେତେ ପ୍ରଣୟର ଧାରା

ଶିଶିରରେ ଝରିଗଲା ପରେ

ହାଏ ସେ ଆଖି,

ହାଏ ସେ ଆଖିର ସୁରିଲା କବିତା

ସବୁ ଖୋଲି ମୋତେ କହିଦେଲା। 


ତାର ସେ ଆସିବା ଖବରଟା ଶୁଣି

ନିଷିଥରେ ଖରା ପଡ଼ିଗଲା,

ସପନର ଅଧା କାହାଣୀରେ ଏକ

ପରିଚ୍ଛେଦ ଯୋଗ ହେବା ପରେ

ହାଏ ସେ ଆଖି, 

ହାଏ ସେ ଆଖିର ଢଳ ଢଳ ଗୀତେ

ମନ ପ୍ରାଣ ସବୁ ଭିଜିଗଲା। 


ଶ୍ରାବଣ ସେଦିନ ପାଦେ ପାଦ ଛନ୍ଦି

ମନ ଭରି ଏଠି ନାଚିଥିଲା,

କୃଷ୍ଣଚୂଡ଼ା ତାର କବରୀ ଫିଟାଇ

କେଶ ମୁକୁଳାଇ ଦେଲା ପରେ

ହାଏ ସେ ଆଖି, 

ହାଏ ସେ ଆଖିର ନିରବ ସମ୍ବାଦ

ଉଲ୍ଲାସରେ ସବୁ ବର୍ଣ୍ଣିଥିଲା। 


ବିଦାୟ ବି ତାର ଥିଲା ଅକସ୍ମାତ

ଅଧା ବାଲିଘର ଭାଙ୍ଗିଗଲା,

ଧାଇଁ ଆସୁଥିବା ଘନ ଲହଡିଟା

ଅଧାବାଟୁ ଫେରିଗଲା ପରେ

ହାଏ ସେ ଆଖି, 

ହାଏ ସେ ଆଖିର ସମ୍ୟକ ରଚନା

ଉପକ୍ରମରେ ହିଁ ରହିଗଲା। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract