STORYMIRROR

Chittaranjan Nanda

Romance

3  

Chittaranjan Nanda

Romance

ସ୍ୱପ୍ନ ଥିଲା ପ୍ରିୟା ପାଇଁ

ସ୍ୱପ୍ନ ଥିଲା ପ୍ରିୟା ପାଇଁ

1 min
124

ମନର କୁସୁମ କୁଞ୍ଜରେ ପରି ରହି 

ଥିଲା ତୁମ ପ୍ରୀତିର ସ୍ୱନ

କୋକିଳ ପରି ଭରି ଥିଲା ତାହା ମୋ 

ଫଗୁଣର ଅଭିଯାନ ।୧। 


ତୁମେ ଜାଣିଲନି ସେ ପ୍ରେମରେ ମୋ 

ମନର ବ୍ୟଥା

ବିତାଉଥିଲି କେତେ ରଜନୀ ବିରହରେ 

ଜୀବନ ସତ୍ତା ।୨।


ଆଶା ନିରାଶାର ଅନ୍ଧାର ଭିତରେ ତୁମକୁ 

ପାଇଲିନି ଖୋଜି

ତୁମେକି ଜାଣିବ ମୀରା ରାଧା କିପରି ଥଲେ 

ପ୍ରୀତି ପ୍ରଣୟରେ ମଜ୍ଜି ।୩।


ମୋ ସପନ ଥିଲା ପ୍ରୀତିର ବନ୍ଧନରେ ପାଇବି 

ଅମୃତର ପରିତୃପ୍ତି

ସ୍ୱଚ୍ଛ ହୃଦୟରେ ତୁମେ ସମର୍ପିବ ତୁମର ସେ 

ମମତା ଝରା ଦୀପ୍ତି ।୪।


ସେ ଅନୁଭବ ତ ମୋ ଅନ୍ତଃସ୍ୱର ଲୁଚିଥିବା 

ଭାଷା ମନ ମଧ୍ୟରେ

ମୋ ଗୁଞ୍ଜରିତ ମଧୁଝର ପଢ଼ି ପାରିଥାନ୍ତ ଦେଖି 

ମୋ ଚାଲି ଚଳନରେ।୫।


ଭାବିଥିଲି ପ୍ରିୟା ତୁମ ସହ ସମ୍ପର୍କଟା ଖାଲି

 ସୁଖ ଦେଇ ପାରେ

ଜାଣି ନଥିଲି ସମ୍ପର୍କଟା ଏକ ଅମାନିଆ ନଈ  

ବେଳେବେଳେ ବହୁ ଦୂରରେ ।୫।


ସମ୍ପର୍କର ଦୂର କେମିତି ମାପିବି ତାର କେତେ

 ଲମ୍ବ ଓ ଓସାର

ବର୍ତ୍ତମାନଟା ଅତୀତ ହୋଇ ଦୁଃଖ ଓ ଶୋକ 

ଦିଏ ହୃଦୟ ଭିତର ।୬।


ସପନ ମରୀଚିକା ପଛେ ଗୋଡାଇ ମୋର ଆଖି 

ଭିଜିଛି ଲୁହରେ  

ଲୁଚକାଳି ଖେଳରେ ଜୀବନ କଟୁଛି ଆଶା ନିରାଶାର 

କୋହ ଭିତରେ ।୭।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance