STORYMIRROR

Manaswinee Dash

Romance

3  

Manaswinee Dash

Romance

ଜୀବନ ସାଥୀ

ଜୀବନ ସାଥୀ

1 min
115

ଅଜଣା ଲୋକର ଧରିଥିଲି ହାତ,

ଜାଣି ନଥିଲି ମୋ ଭବିଷ୍ଯତ। 


ଘର ଲୋକ ଯେ ବୁଝାଇ ସୁଝାଇ, 

ହାତରେ ହାତ ଦେଲେ ମିଶାଇ। 


ସବୁଦିନ ଥିଲା ନୂତନ ଦିନ, 

କଉଟା ଥିଲା ସତ ତ କୋଉଟା ସପନ। 


ଯେବେ ତୁମେ ବୁଝିଲ ମୁଁ ବୁଝିଲି ତମକୁ, 

ଜୀବନ ହେଲା ସହଜ ବଂଚିବାକୁ। 


ଘର ସଂସାର ଯେ ଚାଲିଲା ବଢି, 

ମିଶିଗଲା ଆମ ପିଲାନ୍କ ରଡି। 


ତମ ହାତ ଧରି ମୁଁ ଚାଲିଲି ଆଗେଇ, 

ରହିଲେ ସୁଖ ଦୁଖର ସାଥୀ ହୋଇ। 


ଆଜି ଆସିଲାଣି ବାର୍ଦ୍ଧକ୍ଯ ଦିନ, 

ତୁମେ ହେଲେ ବିଲକଲ୍ ବଦଳିନ। 


ସଦା ହସୁଥିବା ଏପରି ନିତି, 

ଜଗନ୍ନାଥଙ୍କ ଠାରେ କରୁଛି ବିନତି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance