STORYMIRROR

Panchanan Jena

Fantasy

4  

Panchanan Jena

Fantasy

ଅର୍ଦ୍ଧଶତାବ୍ଦୀର ଜୀବନ

ଅର୍ଦ୍ଧଶତାବ୍ଦୀର ଜୀବନ

1 min
17


ଅର୍ଦ୍ଧରାତ୍ରୀ ବୋଧେ ସରିଲାଣି 

 ଶେଯରେ ଆଲୁଳାମୟିତ କୁନ୍ତଳା

ପାଖ ଗୀର୍ଜାଘର ଘଣ୍ଟା 

ସୁଚେଇ ଦେଲାଣି

ଅଧେ ରାତି ବାକି ରହିଛି ମୁକୁଳା


ଅର୍ଦ୍ଧ ଶତାବ୍ଦୀର ଜୀବନ ପରି

କେବେ ଅନ୍ଧାରୁଆ 

ଦୁର୍ବଳ ମୁହୁର୍ତ୍ତରେ ଘେରା ମେଖଳା

ପୁଣି କେବେ କେବେ ସିନ୍ଦୁରିତ 

ଛୋଟ ଛୋଟ ଖୁସି ଫୁଲମାଳା ।


ମନକୁ ଛୁଇଁଲା ପରି କେତେ କଥା

ଧସେଇ ପଶିଆସେ ଆବେଶେ ଅବଳା

ଆଣ୍ଠୁମାଡି ବସିଛି ସୁଖ

ମୁଣ୍ଡେଇ ଦୁଃଖ ଗଣ୍ଠିଲି

ଅଧା ସୁଖ ସହିତ ହାତ ମିଶେଇ

ଅଧା ଶୋକ ଗାଉଛି କବାଲି


ଅଧାଗଢ଼ା ସ୍ବପ୍ନମାନେ

ଅଧାକଞ୍ଚା ବିଶ୍ଵାସର ବିଛଣାରେ ଫୁଟାଣି

ଡହଳ ବିକଳ ଗଡାଣି

ଅନ୍ଧ ମଣିଷର ହୁକୁମାତି ପୁଣି

ଅର୍ଦ୍ଧାଧିକ ଜୀବନ ରାସ୍ତା ସରିଲାଣି

ମାଠିଆ ପୁର୍ତ୍ତା ଇଚ୍ଛା ଚହଲି ପଡୁଛି ବୁଣି


ପାଦ ହାତ ଥରିଲାଣି

ମୋଟା ଯବକାଚର ଚଷମା ପିନ୍ଧିଲିଣି

ମନେ ପଡୁନି କଥା କାହାଣୀ

ବଜାର ସଉଦା ଆଣିବାକୁ ଘରଣୀ

ତଥାପି ଇଚ୍ଛା ଫୁଟୁଛି 

ଭାତ ହାଣ୍ଡି ପରି ଗବଗବ ଉଜାଣି


ମଞ୍ଜରେ ସାହସ ଅକାତକାତ ପାଣି

ମନରେ ହିମ୍ମତ ଅସୁମାରୀ ସ୍ବପ୍ନ ବିନ୍ଧାଣୀ

ପୂର୍ଣ୍ଣିତା ପ୍ରାପ୍ତିର ହୁଙ୍କାର ବିକାରି

ଅଧାଗଢ଼ା ଛାଞ୍ଚ ଛାଞ୍ଚୁଣି ଧରି ହସିଲାଣି


ଅଧାରେ ନ ସରୁ ସୁନା ଫସଲ

ରୂପେଲି ଇଛାର

 ନ ହେଉ ଅକାଳ ମୃତ୍ୟୁ

ଅଧାରୁ ଅଧେ ପନ୍ଥା ସରିଲାଣି

ଅଲିଭା ଦାଗ ନ ଲାଗୁ

ସମର୍ପିତ ଜୀବନ ସେତୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy