STORYMIRROR

Akshaya Dash

Action Fantasy Inspirational

4  

Akshaya Dash

Action Fantasy Inspirational

ଓଡ଼ିଶା

ଓଡ଼ିଶା

1 min
13

ଅସୀମ ସମୁଦ୍ର

ନିର୍ଝର ତଟିନୀ 

ପାଦପମଣ୍ଡିତ

ପାହାଡ଼ ପର୍ବତଚୁଳ,

ବନ ପ୍ରାନ୍ତର ଖାଦାନ ଭରା

ହେବେନାହିଁ କିଏ ତୁଲ,

ବନ୍ଦେ ମାତା ଉତ୍କଳ।

ସାହସୀ ପାଇକ 

ଆମର ଉତ୍କଳ ବାସୀ

ସାଧବ ବିଭବ 

ସମ୍ପଦ ଭରା ରାଶି,

ଦେବଦେବୀ ଆରାଧନା

ବନ୍ଦାପନା ବାରମାସୀ।

ସମ୍ରାଟ ନାୟକ

ଗାୟକ ସଂସ୍କୃତି ଭରା

ଦେଵଦାସୀ ନାଚ

ଓଡିଶୀ ରାଇଜ ସାରା

ମନ୍ଦିର ମଠ ଆଖଡା ପ୍ରାଙ୍ଗଣ

ଅତିଥି ସ୍ୱାଗତ ଧାରା।

ଜଗତ ନାୟକ

ସମର୍ପଣ କରି ଦେଇ

ସରଣ ପରାଣ

ଶରଧା ତାଠାରୁ ନେଇ

ସରଳ, ସୁବୋଧ 

ଜୀବନ ସଙ୍ଗୀତ ଗାଇ

ଉତ୍କଳୀୟ ଭାଇ ଭାଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action