STORYMIRROR

Akshaya Dash

Action Fantasy Inspirational

4  

Akshaya Dash

Action Fantasy Inspirational

ଓଡ଼ିଶା

ଓଡ଼ିଶା

1 min
6

ଅସୀମ ସମୁଦ୍ର

ନିର୍ଝର ତଟିନୀ 

ପାଦପମଣ୍ଡିତ

ପାହାଡ଼ ପର୍ବତଚୁଳ,

ବନ ପ୍ରାନ୍ତର ଖାଦାନ ଭରା

ହେବେନାହିଁ କିଏ ତୁଲ,

ବନ୍ଦେ ମାତା ଉତ୍କଳ।

ସାହସୀ ପାଇକ 

ଆମର ଉତ୍କଳ ବାସୀ

ସାଧବ ବିଭବ 

ସମ୍ପଦ ଭରା ରାଶି,

ଦେବଦେବୀ ଆରାଧନା

ବନ୍ଦାପନା ବାରମାସୀ।

ସମ୍ରାଟ ନାୟକ

ଗାୟକ ସଂସ୍କୃତି ଭରା

ଦେଵଦାସୀ ନାଚ

ଓଡିଶୀ ରାଇଜ ସାରା

ମନ୍ଦିର ମଠ ଆଖଡା ପ୍ରାଙ୍ଗଣ

ଅତିଥି ସ୍ୱାଗତ ଧାରା।

ଜଗତ ନାୟକ

ସମର୍ପଣ କରି ଦେଇ

ସରଣ ପରାଣ

ଶରଧା ତାଠାରୁ ନେଇ

ସରଳ, ସୁବୋଧ 

ଜୀବନ ସଙ୍ଗୀତ ଗାଇ

ଉତ୍କଳୀୟ ଭାଇ ଭାଇ।



Rate this content
Log in

Similar oriya poem from Action