ଓଟ
ଓଟ
ମୁହଁ ଟେକି ଉପରକୁ
ଓଟ ଚାଲୁଥାଏ,
ଘାସ ପତରକୁ ତଳୁ
ଲୋଭ କରି ଖାଏ ।
ଚାହାଣିତା ଅନୁରାଗ
ସତ୍କାର ବଡିମା,
ତାଦୃଷ୍ଟିରେ ସବୁ ହୀନ
ଚାହେଁ ଡିମା ଡିମା।
ଉପରକୁ ସାଧାସିଧା
ସରଳ ଜାତୀୟା,
କୁଜରେ ସାଇତେ ଖାଦ୍ୟ
ଚରଣ ଚୁଟିଆ ।
ତଳେ ବାଲି ଡେଙ୍ଗା ଗୋଡ
କାଦୁଅକୁ ଛେଳି,
ପାଣିଭିତରେ ପସେନି
ନେଲେ ଠେଲି ପେଲି।
ଖାଇ ପିଇ ସେଇଠାରେ
ମଳ ତ୍ୟାଗ କରି,
ପେଟସଫା କରି ପୁଣି
ପାଣି ଦିଏ ଭରି ।
ଚେଇଁ ସୋଇ ଦେଖେ ସ୍ବପ୍ନ
ଦାର୍ଶନିକ କବି,
ନିର୍ମଳ ଭାଵ ମୂର୍ତ୍ତିର
ଆକୁଥାଏ ଛବି ।
ରଡି ତାର ଘଡଘଡି
ଗଧ ଠାରୁ ହୀନ,
ବିଜ୍ଞାପନ ପ୍ରବଚନ
କରିକାଟେ ଦିନ।
ଖାଇ ଶୋଇ ବୁଲି ଚାଲି
ଜାହାଜ ସମାନ,
କିଛିଲୋକ ଓଟ ପରି
ଭାବନ୍ତି ମହାନ ।
