STORYMIRROR

Kalpana Satpathy

Classics Fantasy Others

4  

Kalpana Satpathy

Classics Fantasy Others

ଖୁସି ର ରଙ୍ଗ

ଖୁସି ର ରଙ୍ଗ

1 min
15

କଅଁଳ ମନରେ ଅନେକ ଆନନ୍ଦ,

ଖୁସିର ରଙ୍ଗ ବୋଳି ସତେକି

ରଙ୍ଗ ବେରଙ୍ଗ ପ୍ରଜାପତି ପରି

ଘୂରି ବୁଲିବାକୁ ଇଛା ହୁଏ

ମନ ଚାହେଁ ଅପୂର୍ବ ଆନନ୍ଦ ମଧ୍ୟରେ

ହଜିଯାଇ ନିଜକୁ ହଜାଇ ଦେବାକୁ

ପ୍ରକୃତି ମା'ର କୋଳରେ।

ପ୍ରକୃତି ମା'ର ବର୍ଣ୍ଣାଢ଼୍ୟ ଶୋଭାରେ

ଭରପୁର ଆନନ୍ଦ କୁ ଖୋଜି ସବୁ ଦୁଃଖ

ଭୁଲିଯାଇ ସାଥୀ କରି ଭ୍ରମର କୁ

ମତାଣିଆ ତାନ ସ୍ବରେ ଗୁଣଗୁଣ

ହୋଇ ପ୍ରଜାପତି ପରି ଉଡି ବୁଲି

ସଭିଙ୍କୁ ପ୍ରେମର ଫଲ୍ଗୁ ରେ ଭିଜାଇ

ଅସରନ୍ତି ଆନନ୍ଦର ଲହରୀ ଖେଳାଇ

ବାନ୍ଧି ହୋଇ ରହିଯାଆନ୍ତା ନିବିଡ ସୂତ୍ରରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics