STORYMIRROR

Akshaya Dash

Romance Action Fantasy

4  

Akshaya Dash

Romance Action Fantasy

ସୁନ୍ଦରଗଡଥି ନନୀ

ସୁନ୍ଦରଗଡଥି ନନୀ

1 min
5

କରଂଜ ମହକେ ପାକଳ କେନ୍ଦୁକେ

ଆହାର କରମା ବୋଲି,

ସକାଲୁ ସକାଲୁ ଗଲି ବାହାଲଥି

ଖାଇଲିଗୋ କେନ୍ଦୁ ତୋଲି ।

ମହୁଲ ମହକେ ଗଛର ଡାଲଥି

ଝରିଜିମା ଲାଗି ଖରା,

ଟୋକେଲ ଆଏସନ ଟୋଟରୀ ଧରି

ଖୁଣ୍ଟବେଗୋ ଫୁଲ ପରା ।

ଜଙ୍ଗଲନୁ ଆଇସି ବୁଢାଭାଲୁ ଥିସି

ମହୁଲ ବୁଦାର ମୁଲେ,

ସୁନ୍ଦରଗଡ଼ ନନୀ ଆଇଲାଗୋ ଧାଇଁ

ମୋରପାସେ କଲେ କଲେ ।

ଜୁଆନ ବୟସୀ ସୁରୁବାଲି ନନୀ,

ବୋଇଲା ମାତିଛେ  ଭାଲୁ,

ବଞ୍ଚାଅ କେମତା ଜୁହାର କରୁଛେ

ମୁଇଁଗୋ ବିପଦ ଜାଲୁ ।

 ସାଇକେଲ ସାମନାଥି ବହେସନ

ବାହିନିଏ ଏନୁ ଠାନ,

ଯେମତା କରକେ ଆଗଥି ବେଶନ

ଉଡାଇଲି ଦେଇ ଜାନ ।

ଭେଡାବାହଲଥି ଗଁଟିଆର ନନୀ

 ଉତୁରି ଗାଡିନୁ ମୋର,

ମୁରକି କହେସନ ଏନୁ ମୁଁଇଁଗୋ

ହଇ 'ଗାର୍ଲଫ୍ରେଣ୍ଡ ତୋର।


Rate this content
Log in

Similar oriya poem from Romance