STORYMIRROR

Archana Das

Fantasy

4  

Archana Das

Fantasy

ଅଜଣା ଭାବନା

ଅଜଣା ଭାବନା

1 min
31

ଠିକଣାର ସନ୍ଧାନେ ତୁମ ପରିଚୟ ମୁଁ ପାଇଲି

ଅନ୍ଧକାର ପୂର୍ଣ୍ଣ ବନ୍ଦୀଶାଳା ରେ ତୁମ ଚେହେରା ର

ଝାପ୍ସା ପ୍ରତିବିମ୍ବ ମୁଁ ଦେଖିଲି

ସମୁଦ୍ରର ଶୁଷ୍କ ବାଲିରେ ଶାମୁକା ସାଉଁଟିବା କଥା ଶୁଣିଥିଲି

ହେଲେ

ମୋ ଅସ୍ୱାଭାବିକ, ଅର୍ଥଶୂନ୍ୟ ଜୀବନରେ ତୁମ ପ୍ରେମର

ଅଭାସ କୁ ମୁଁ ସାଉଁଟିଲି

ନିୟତି ନିର୍ଦ୍ଧାରିତ ପ୍ରତୀକ୍ଷାର ଅନ୍ତ ଭାବି ଯାଇଥିଲି ମୋ ଘର

ଦୂଆର ଫାଙ୍କକୁ

ଦୁଃସ୍ବପ୍ନରେ ସାଥି ଆସିଥିଲ କାହିଁ ଶକ୍ତ କଚଡ଼ା ମୋତେ

ସମର୍ପିବାକୁ

ଭାରାକ୍ରାନ୍ତ ପରାଧୀନତା ର ଆଢୁଆଳେ ଆତ୍ମତୃପ୍ତି ର ଅର୍ଥ ମୁଁ ବୁଝେନା

ଗାଁ ସେ ପାଖ ନୂଆ ପୋଖରୀ ଛାଡି

ଶିଆଳି ବେଳାଭୂମିର ଲହରୀ ମଧ୍ୟ କେବେ ଦେଖିବାକୁ ମୁଁ ଚାହେଁନା

କେମିତି ଦେଖିବି ତୁମକୁ ବାସ୍ତବେ, ଲଜ୍ୟାପ୍ରୀତ ଆତ୍ମା ଭାବନା

ତୁମ ପରେ ମଧ୍ୟ ତୁମେ ଥିବ ସାଥି

ଏଇ ମୋ ନିର୍ଲଜ ହୃଦର କାମନା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy