STORYMIRROR

Kalandi pal

Inspirational

3  

Kalandi pal

Inspirational

ଏଇତ ଜୀବନ

ଏଇତ ଜୀବନ

1 min
146



ନିଃସଙ୍ଗ ନିସ୍ତବ୍ଧ ମସୃଣର ପଥ

ତପ୍ତ ମରୁବାଲି ପୂର୍ଣ୍ଣ କଣ୍ଟକିତ !!

ଲଭିବା ପ୍ରୟାସ ଖୋଜିବାର ଚେଷ୍ଟା

ଅବିରତ ଜାରି ନ ହୋଇ ବିତୁଷ୍ଣା !!

ନ ଲଭି ଲଭିବା ଆଶା ମଉଳେନି

ପଡ଼ୁ ବାଧା ବିଘ୍ନ ଥକି ବି ପଡ଼େନି !!

ଖୋଜୁଥାଏ ସଦା ବିଶ୍ୱାସର ବନ୍ଧୁ

ଘାଣ୍ଟି ଅବିରତ ପଙ୍କ ସପ୍ତ ସିନ୍ଧୁ !!

ମିଳେନି ତାକୁ କେ ସଖା ସହୋଦର

ବିପଦେ ଆପଦେ ଜୀବନ ପଥର !!

ଖୋଜୁଥିବା ବେଳେ ମିଳନ୍ତିନି କେହି

ମୃତ୍ୟୁ ପରେ ଆସେ ବଳେ ସାହି ଭାଇ !!

ବାସଟିଏ ଖୋଜେ ପାଏ ମନେ ବ୍ୟଥା

ନିଷ୍ଫଳ ହୁଏ ତା ପରିଶ୍ରମ ବୃଥା !!

ଖୋଜୁଥାଏ ଯାହା ତାହାକୁ ମିଳେନି

ମୃତ୍ୟୁ ପରେ ମିଳେ ମାଗଣା ମଶାଣି !!

ଖୋଜୁଥାଏ ମନେ ଶାନ୍ତିର ନିଳୟ

ବାନ୍ଧି ହୋଇ ସଦା ଅଶାନ୍ତି ବଳୟ !!

ମୃତ୍ୟୁ ପରେ ମିଳେ ମଶାଣିରେ ଜୁଇ

ଶାନ୍ତିରେ ଶୁଅଇ ଚିର ନିଦ୍ରା ଯାଇ !!

ଖୋଜୁଥିବା ବେଳେ କାଠଟେ ମିଳେନି

ମୃତ୍ୟୁ ପରେ ମିଳେ ମାଗଣାରେ ପୁଣି !!

ମହତ୍ୱ କାର୍ଯ୍ୟର ମହତ୍ୱ ପାଉଣା ମୃତ୍ୟୁ ପରେ ମିଳେ ସେ ସମ୍ମାନ ସିନା !!

ବଞ୍ଚି ଥିବା ବେଳେ ମିଳେନି ପ୍ରଶଂସା

ମୃତ୍ୟୁ ପରେ ମିଳେ ଲାଗେ ଲୋକହସା !!

ଭଲ କରି କେତେ ହୁଏ ହୀନିମାନ

ଏଇତ ମଣିଷ ଆଦର୍ଶ ଜୀବନ !!



Rate this content
Log in

Similar oriya poem from Inspirational