STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଅକ୍ଷୟ ତୃତିୟା

ଅକ୍ଷୟ ତୃତିୟା

1 min
177


ଆମ ଜଗନ୍ନାଥ ସଂସ୍କୃତିରେ ଏହି ପର୍ବ ପ୍ରମୁଖ ଲଗାଇ

ଏହି ଦିନ କୃଷକ ଭାଇ ଅଖି ମୁଠି

ବିଲରେ ବୁଣଇ

ଏହି ଦିନ ସୁଖ କର ଲଗାଇ

ଏହି ପର୍ବର ମହାନତା ପୁରାଣ କୁହଇ

ଏହି ଦିନ ଗଙ୍ଗା ଧରାକୁ ହୋଇ ଥିଲେ ଅବତରଣ

ସଗର ବଂଶକୁ କରିଥିଲେ ସେ ତାରଣ

ଏହି ଦିନ ଭକ୍ତ ସୁଦାମା ରାଜା ହୋଇ ଥିଲେ

ଜନ୍ମ ଜନ୍ମର ଦୁଃଖକୁ ପ୍ରଭୁ ନେଇ ଥିଲେ

ଏହି ଦିନ ଦ୍ରୌପଦୀକୁ ସୂର୍ଯ୍ୟ ଅକ୍ଷୟ 

ପାତ୍ର ଦେଇ ଥିଲେ

ଏହି ଦିନ ଭୀଷ୍ମ ଶର ଶଯ୍ୟାରେ ପଡି ଥିଲେ

ଏହି ଦିନ ଜଗନ୍ନାଥଙ୍କ ରଥ ନିର୍ମାଣ ହୁଅଇ

ଏହି ଦିନ ଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହୁଅଇ

ଏହି ଦିନ ଦାନ ପୁଣ୍ୟ କଲେ ଅକ୍ଷୟ ହୋଇବ

ଏହି ଦିନ ସୁବର୍ଣ୍ଣକୁ ଘରକୁ କିଣି ଆଣିବ

ଏହି ଦିନ ଶୁଭ କାମ ସବୁଠି ହୋଇବ

ଘରେ ଘରେ ଶୁଭ ଶଙ୍ଖ ବାଜି ଉଠିବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational