STORYMIRROR

Sunanda Mohanty

Abstract Inspirational Thriller

4  

Sunanda Mohanty

Abstract Inspirational Thriller

ମାଆ ମୋ ପ୍ରେରଣା 

ମାଆ ମୋ ପ୍ରେରଣା 

1 min
3


ମାଆ ମୋର ପ୍ରଥମ ଗୁରୁ 
କହେ ଜଣା ଅଜଣା 
କେତେ ଗପ ଗୀତ ଶିକ୍ଷା 
ଗୀତା ଭାଗବତ କରୁଣା 
ସୁଝିକି ପାରିବି ଜୀବନରେ 
ତାର ମିଠା ସ୍ନେହ ପାଉଣା 
ଧୋରେ ବାୟା ଧୋ କହି 
ଶୁଆଏ ସେ ଗାଇ ଶଶୀ ଗାଉଣା 
ନପିନ୍ଧି ନଖାଇ ଶୁଷ୍କ ଯାଏ ହୋଇ 
ଦେବାକୁ ସନ୍ତାନ ସ୍କୁଲ ପାଉଣା 
ଶିଖାଏ ମାଗି ଖାଇବୁନି ଧନ 
କରି ଉପାର୍ଜନ କରିବୁ ଭରଣା 
ଜୀବନ ସଂଗୀତ ପ୍ରକୃତି ମିତ 
ଦେଖାଏ କେତେ ନଈ ଝରଣା 
ପଇସା ନବୁ ଗଣି ପିଇବୁ ଛାଣି ପାଣି 
ବାଟେ ଚାଲି ରଖି ଚରେଣା ଆଠେଣା 
ଧାର କରଜ କରିବୁନି ଚୋରୀ 
 ପୂଜା କରି ଦେବାଦେବୀ ମାଜଣା 
କୂଳ ସ୍ଥଳ ଜଳ ଜଗି ବଢ଼ାଇବୁ ବଳ 
ବେଳ କାଳ ଦେଖି ବାଟ ଠିକଣା 
ମିଥ୍ୟା ପ୍ରତିଶ୍ରୁତି ଚୋରୀ ଡକାୟତି 
ବର୍ଜନ କରି ହେବୁ ମଣିଷରେ ଗଣା 
ସତ୍ୟ ଧର୍ମ ନ୍ୟାୟ ଜଗିଚଳୁ ଥିଲେ
ମିଳିଯିବ ଜୀବନରେ କରୁଣା
ମାଆ ପରି କିଏ ଶିଖେଇବ ଏତେ କଥା
ମାଆ ମୋର ଅଟେ ଦିବ୍ୟ ଅଗଣା
ଜାତି ଜାତି ଫୁଲ ମିଶି ବାସ ମୋ ମାଆ
ସୁବାସିତ ସୁଗନ୍ଧିତ ଝରଣା.
ମାଆ ନଥିବା ଜୀବନେ ସବୁ ଥାଇ 
ଲାଗେ ତୁଚ୍ଛା ଅରଣା 
ମାଆ ମୋର ପ୍ରଥମ ବରଣ୍ୟ ବରଣା


Rate this content
Log in

Similar oriya poem from Abstract