STORYMIRROR

Sunanda Mohanty

Tragedy Fantasy Others

3  

Sunanda Mohanty

Tragedy Fantasy Others

କଣ ଶୁଣିଛ 

କଣ ଶୁଣିଛ 

1 min
4


ଗୀତା ଦିପଦ ଅବା ଭାଗବତ 
ଅବା ବଂଶୀ ସ୍ଵନ 
ମଧୁର ମୂର୍ଚ୍ଛନା ସମ୍ମୋହନ 
ବା ସମୁଦ୍ର ଗର୍ଜ୍ଜନ 
ଭଲଲାଗେ ସେଇ କୁଆଁ କୁଆଁ ଡାକ 
ନିଜ ସ୍ଥିତି ବଜାୟ ରଖି 
ରଖିନେଲି ଉପସ୍ଥିତି ପରଖି
ତାକୁ ସାହା ହେବ ମାଆ 
ଗାଇ ଧୋ ରେ ବାୟା ଧୋ ଗୀତ 
ଆ ଜହ୍ନ ମାମୁଁ ଶରଦ ଶଶୀ ମିତ
 ବାଟ ବତେଇବେ ବାପା 
କର୍ଷଣ ଶବ୍ଦ ରେ ସ୍ତବ୍ଧ 
ପୁରାଣ ବାଣୀ ଜଣାଣ ଠାଣି 
ଲୁଗା ଆଉ ଧୋଉନି ଧୋବଣୀ 
ଧୋଇବ ଯେବେ କେହି 
ରାମ ନାମ ସତ୍ୟ କହି 
ଫେରିବ ନୈପଥ୍ୟ ଉଜାଣି 
ବାଟ ଗଣି ଗଣି କର୍ମ ଛାଣି 
ଗୋଟେଇ ରଖିବ ପୁଣ୍ୟ 
ପାପ ଶବ୍ଦ ଶୁଭୁଥିବ 
ଗୋଟା ସାରା ଧରଣୀ
ଭଲ କିଏ ଭେଲ କିଏ 
ମରଣ କାଳେ ପରା ଜାଣି 
ତା ପୂର୍ବରୁ ଶୁଭେ କେତେ ଠାଣିମାଣି
କେବେ ଦହି ନେବ ଦହି 
ଠିକ ମାଣିପାଟଣା ମାଣିକ ଗଉଡ଼ୁଣୀ


Rate this content
Log in

Similar oriya poem from Tragedy