STORYMIRROR

DEEPAK KUMAR PATRA

Tragedy Others

3  

DEEPAK KUMAR PATRA

Tragedy Others

ବିଦାୟ ମନିକା

ବିଦାୟ ମନିକା

1 min
142

ଶୁଣ ମନିକା,

କିଛି କହିବାର ଥିଲା ତୁମକୁ

ମନର ଆଇନାରେ ଅସ୍ତିତ୍ବ ତୁମର

ହୃଦୟର୍ ନିଭୃତ କୋଣେ ଯେ

ଜ୍ୱଳନ୍ତ ପ୍ରତିମା ଅମର ।

ହେଲେ ,ଆଜି ଆମ ପ୍ରେମରେ

ନାରୀ ଗ୍ରହଣ ଲାଗି ଯାଇଛି 

ଯାହା ପାଇଁ ସର୍ବସ୍ବ ତ୍ୟାଗିଥିଲି

ସବୁବେଳେ ବୁଡ଼ି ରହୁଥିଲି 

ଭାବନାରେ ଆଉ କଳ୍ପନାରେ

ଆଜି ତା'ପାଇଁ ଭୁଲୁଣ୍ଠିତ ହେଇଛି

ମନିକା ଆଜି ତୁମଠୁ ବିଦାୟ ନେଉଛି ।

ଶୁଣିଥିଲି ପ୍ରେମ ଏକ ମିଠା କ୍ଷୀର

ଯିଏ ମିଠା ଦିଏ ଖାଲି

କିନ୍ତୁ, ଆଜି ତାର ମିଠା ଦୁନିଆ ଆଗରେ

ନିମ୍ବ ଭଳି ପିତା ହେଉଛି

ଜାଣିନି ମନିକା ଆମର ପ୍ରେମକୁ

କାହାର ନଜର ଲାଗିଛି

ତୁମଠୁ ବିଦାୟ ନେଉଛି ।

ତୁମରି ପ୍ରେମରେ ସଦା ଯେ ସର୍ବଦା

ନିଜକୁ ତିଳେ ତିଳେ ଜାଳୁଛି

ସେଇ ପ୍ରେମ ଆଜି ପରିସ୍ଥିତି ଆଗେ

ନିଃସହାୟ ହେଇ ଯାଇଛି 

ଆଜି ମୁଁ ହାରିଯାଇଛି ମନିକା

ତୁମଠୁ ବିଦାୟ ନେଉଛି ।


Rate this content
Log in

Similar oriya poem from Tragedy