STORYMIRROR

Rabindra kumar Sahoo

Abstract Tragedy

3  

Rabindra kumar Sahoo

Abstract Tragedy

ହୋଲି ରେ ମଦ

ହୋଲି ରେ ମଦ

1 min
130

 

  କେଡେ ସୁଆଦ କେଡେ ସୁଆଦ

    ହୋଲି ରେ ମଦ

   ଯୁବ ସମାଜ ହେଲେଣି ଅନ୍ଧ

   ସଭିଙ୍କ ମନେ ଭରିଛି କାମ ଓ କ୍ରୋଧ

   ଆମ ପରମ୍ପରା ଆମ ସଂସ୍କୃତି ଛାଡି

    ସତେ ବଣ ଭୁଆ ପଛେ 

      ଧାଉଁଛନ୍ତି ଆମେ ହୋଇରେ ଓଧ ।


    ଆମ ଭାଇଚାରା

      ଆମ ପରମ୍ପରା

         ଗଲା ଚୁଲିକି 

   ବିଦେଶୀ ପାଠ

    ବିଦେଶୀ ପୋଷାକ

    ବିଦେଶୀ ମଦ

    ଆମ ଦେଶେ ପଶି

     ଆମକୁ ରେ ଦେଖାନ୍ତି ଭେଳିକି ।


     ବିଦେଶୀ ବସ୍ତ୍ର ବିଦେଶୀ ଖାଦ୍ୟ

     ବିଦେଶୀ ବସ୍ତୁ କରି ବର୍ଜନ

    ଗାନ୍ଧୀ ଗୋପବନ୍ଧୁ

      କରିଥିଲେ ଏ ଦେଶ ସ୍ଵାଧୀନ

    ହୋଇ ଆମେ ରେ ତାଙ୍କ ସନ୍ତାନ

     ବିଦେଶୀ କମ୍ପାନୀ

     ବିଦେଶୀ ଉଦ୍ୟୋଗପତି ଙ୍କୁ

     ଆମ ଦେଶ କୁ କରୁ ନିମନ୍ତ୍ରଣ

    ଦେଶୀୟ କମ୍ପାନୀ ଦେଶୀୟ ଉଦ୍ୟୋଗ

     ସବୁ ଦେବାଳିଆ ସବୁ ଭାଗ ଭାଗ

     ଭୋଟ ନୋଟ ଆମ ହୋଇଛି ନିଶା

    ବିଦେଶୁ ଆମଦାନୀ କରୁ

     ଆମେ ଅହରହ

      ଖାଦ୍ୟ, ବସ୍ତ୍ର, ବସ୍ତୁ ଓ ଭାଷା।


    ପୁରୁଷ ମହିଳା ସଭିଏଁ ପିଇଲେ ମଦ

   ଆମ ଚଳଣି ଆମ ପରମ୍ପରା ଆମକୁ ଗନ୍ଧ

    ଆମ ମଣ୍ଡା, ଆରିସା, ପୋଡ ପିଠା

     ଆମ ପାଟିକୁ ଲାଗଇ ପିତା

   ଇପି,ମୋମୋ, ପିଜା, ବର୍ଗରରେ

     ଆମେ ଦେଇଛେ ମନ

    ମିଛଟାରେ କୁହେ ଆମେ ସ୍ଵାଧୀନ ।

     

   ଆମ ପରମ୍ପରା ଆମ ସଂସ୍କୃତି

     ସବୁକୁ ଆମେ କଲୁଣି ବିକୃତି

    ଆମ ସଭ୍ୟତା ଆମ ମାତୃଭାଷା

    ତାଠି ନାହିଁ ଆମ ସାହା ଭରସା

    ଆମ ଓଷା ବ୍ରତ ପର୍ବପର୍ବାଣୀ

      ଏ ସବୁକୁ ଆମେ ଭୁଲି ଗଲୁଣି

       ଏ ସବୁରେ ଭାଇ ଆମକୁ ଗନ୍ଧ

    ବିଦେଶୀ ନୀତି, ବିଦେଶୀ ସଂସ୍କୃତି

      ଲାଗଇ ଆମକୁ ସ୍ଵାଦ

     ସେ ପାଇଁ ଆଜି ଢକ ଢକ କରି

      ପିଉଛୁ ଆମେ ହୋଲି ରେ ମଦ

     ଆମେ ମରଦ 

     ସଭ୍ୟ ଆମେ ଶିକ୍ଷିତ ଆମେ

     ଆମ ମାତୃଭୂମି ପାଇଁ

      ଆମ ଏହି ଦରଦ ।


     

    

     

     

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract