STORYMIRROR

Sarojini Mishra

Tragedy

3  

Sarojini Mishra

Tragedy

ଆ' ବଉଳ

ଆ' ବଉଳ

1 min
139


ଆ ଲୋ ବଉଳ କାହିଁ ହଜିଗଲୁ

ଏ ଗାଁ କୁ ଥରେ ଆ

କାହିଁ ହଜି ଗଲୁ ଖୋଜି ପାଉନାହିଁ 

ମନ ହୁଏ ଖାଁ ଖାଁ ।


ବସନ୍ତ ଆସିଛି ଆମ୍ବ ଡାଳେ ପିକ

ପଞ୍ଚମ ତାନେ ଗାଉଛି

ଆ ଲୋ ବଉଳ ଗାଁ ଆମ୍ବ ତୋଟା

ଆମ ବନ୍ଧୁତ୍ଵ ଖୋଜୁଛି ।


ସ୍ମୃତି ଫରୁଆ ରେ ତୋ ମୁହଁ ବଉଳ

ଆଖି ଆଗରେ ନାଚୁଛି

ଗାଁ ଧୂଳି ଖେଳ ସାଙ୍ଗ ସାଥି ମେଳ

ସ୍ମୃତି ମନ ଦହୁ ଅଛି ।


ଆ ଲୋ ବଉଳ ବସନ୍ତ ଆସିଛି

ସଙ୍ଗେ ଦୋଳ ଯାତ ନେଇ

ଦୋଳ ବେଦୀ ପରା ଆମକୁ ଖୋଜୁଛି

ଆ ଫଗୁ ହାତେ ନେଇ ।


ଆ ଲୋ ବଉଳ ହୋଲି ଖେଳେ ପରା

ଗାଁ ଦାଣ୍ଡରେ ଯେ ଭିଡ଼

ହୋଲି ର ମର୍ଯ୍ୟାଦା ହଜି ତ ଗଲାଣି

ଆ କହିବା ମହତ୍ତ୍ୱ ।


ଆ ଲୋ ବଉଳ କେତେ ମୁଁ ଖୋଜୁଛି

କେଉଁ ଆଡ଼େ ହଜିଗଲୁ

ମୋ ସ୍ମୃତି ଝରକା ଖୋଲି ଚାହିଁ ଅଛି

ଆଖିରୁ ଢ଼ାଳୁଛି ଲହୁ ।


ଆ ଲୋ ବଉଳ ଗାଁ ଦାଣ୍ଡ ଝୁରେ

ଝୁରଇ ଜାଗର ଜଳା

ସାଙ୍ଗ ସାଥି ମେଳେ ତୋତେ ପାଉନି ମୁଁ

ସ୍ମୃତି ମୋ ଲୁହ ପଖଳା ।


ଆ ଲୋ ବଉଳ ସାଙ୍ଗ ହୋଇ ଆମେ

ସନ୍ଧ୍ୟା ଆଳତୀ କୁ ଯିବା

ପ୍ରଭୁଙ୍କ ପାଖରେ ଜଗତ ହିତରେ

ଦୀପଟିଏ ଜାଳି ଦେବା ।


ଆ ଲୋ ବଉଳ ସାଙ୍ଗ ହୋଇ ଆମେ

ଆମ୍ବ ତୋଟାରେ ବସିବା

ଭାରି ଭାରି ମନ ହାଲୁକା କରିବା

ଖୁସୀ ବାଣ୍ଟି ଦେଉଥିବା I


ଆ ଲୋ ବଉଳ ଗାଁ ଭାଗବତ ଟୁଙ୍ଗୀ ଉଦ୍ଧାର କରିବା

ଗାଁ ରେ ଗାଁରେ ଭାଗବତ ପାଠ

ଆମେ ଆରମ୍ଭ କରିବା ।


ଆ ଲୋ ବଉଳ କାହିଁ ହଜିଗଲୁ

ଖୋଜିଲେ ମୁଁ ପାଉ ନାହିଁ

ଏକା ଏକା ଏଠି ଭାବୁଛି ସିନା ମୁଁ

କିଛି କରି ପାରୁ ନାହିଁ ।


  


Rate this content
Log in

Similar oriya poem from Tragedy