STORYMIRROR

Kiranbala Rath

Tragedy

3  

Kiranbala Rath

Tragedy

ପ୍ରତାରଣା ଭରା ପ୍ରେମ

ପ୍ରତାରଣା ଭରା ପ୍ରେମ

1 min
206

ବିକ୍ଷିପ୍ତ ବେଳାର କ୍ଷୁଦ୍ର ପରିସୀମାରେ

ମୁଠା ମୁଠା ସ୍ୱପ୍ନ ଆଞ୍ଜୁଳା ଆଞ୍ଜୁଳା ଆବେଗକୁ ନେଇ

ଗଢ଼ି ଚାଲିଥିଲି ମୋ ସ୍ୱପ୍ନର ବାଲିଘର 

ତୁମେ ବି ତ ମୋ ' ସହିତ ତାଳ ଦେଇ ଚାଲିଥିଲ

ସ୍ୱର୍ଣ୍ଣ ସୈକତିନି ଦେଇ ମୋ ସ୍ୱପ୍ନର ଆସରକୁ ।


ଝାଉଁର ସ୍ନିଗ୍ଧ ଶୀତଳ ପବନ

ସାଗରର ଅଥୟ ଗର୍ଜନ

ନାଁ କୋଇଲିର ମିଠା ସ୍ୱନ

କେହି ବି ଆନମନା କରିପାରି ନଥିଲେ ତୁମକୁ

ଲହରିରେ ଆସୁଥିବା ମୁନ୍ଦା ମୁନ୍ଦା ଜଳ ଛିଟା

ଭାଙ୍ଗି ପାରି ନ ଥିଲା ମୋର ଆନ୍ତରିକତାର ପ୍ରତିରୂପକୁ

ବୋଧହୁଏ ଆନ୍ତରିକତା ନ ଥିଲା ତୁମର ।


ମିଠା ମିଠା ମିଛ କଥା କୁହୁଡ଼ିର ମାୟା ଜାଲକୁ

ମୁଁ ବୁଝି ନ ପାରିଲେ ମଧ୍ୟ ବୁଝି ଯାଇଥିଲା ମୋର ବାଲିଘର

ସେଥିପାଇଁ ମୁଁ ଗଢ଼ିବାକୁ ମୁଁ

ହଜାରେ ଭୀଷ୍ମ ପ୍ରତିଜ୍ଞା କରିଲେ ମଧ୍ୟ

ସାଗର ଗର୍ଭରେ ବିଲୀନ ହୋଇ

ନେଇ ଯାଉଥିଲା ସଲିଳ ସମାଧି

ନା ମୋର ପ୍ରେମର ନାଁ ତୁମ ପ୍ରତାରଣାର

ସେ ଥିଲା କ୍ଷୁଦ୍ର ସ୍ତୁପ ତୁମ ପ୍ରତାରଣା ଭରା ପ୍ରେମର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy