STORYMIRROR

Rabindra kumar Sahoo

Tragedy

3  

Rabindra kumar Sahoo

Tragedy

ବିବାହ ବନ୍ଧନେ

ବିବାହ ବନ୍ଧନେ

1 min
190


 ବିବାହ ବନ୍ଧନେ

  ହୋଇଯାଅ ବାନ୍ଧି

  ତୁମେ ତୁମ ସଂସାରେ

   ହୋଇଯାଅ ଛନ୍ଦି।

  

  ଭୁଲିଯାଅ ଭୁଲିଯାଅ

  ତୁମେ ତୁମ ଅତୀତର

   ଫିକର ଓ ଫନ୍ଦି

  ଚିନ୍ତା କରନାହିଁ

   ମୋ ସହ ରଚିବାକୁ ସନ୍ଧି ।


  ନୀତି ନୈତିକତା ଆଦର୍ଶେ 

   ମୁଁ ଯେ ବନ୍ଦୀ

  ଜୀବନ ବିତେ ମୋ ଆଜି କାନ୍ଦି କାନ୍ଦି

  ମୁଁ ଚାହେଁନା ତୁମ ପ୍ରେମ

   ଚାହେଁନା ତୁମ ପ୍ରଣୟେ ପ୍ରେମେ

   ହେବାକୁ ବନ୍ଦୀ ।


  ମୁଁ ଅଲୋଡା ଅଖୋଜା ମଣିଷ

   ନା ମୋ ଜୀବନରେ

    କିଛି ଅଛି ଅଭିସନ୍ଧି

  ମୁଁ ଆସିଛି ଏକା ଯିବି ହୋଇ ଏକା

   ନା ତୁମକୁ ନା ଆମ ପ୍ରେମକୁ

   ପାରେନା ମୁଁ ନିନ୍ଦି

  ମାଟି ମା'ପାଇଁ ମୁଁ ବଞ୍ଚିଛି ବଞ୍ଚିବି

  କାହା ପ୍ରେମ ମୋତେ

   ନ ପାରିବ ବାନ୍ଧି ।


  ମୁଁ ମୁକ୍ତ ଆକାଶର ବିହଙ୍ଗ

  ବୁଝେନା ଜାଣେନା

  ମୁଁ ପ୍ରେମର ରଙ୍ଗ

  ସ୍ମୃତି ଅନୁଭୂତି ସବୁ ମୋ ପାଇଁ

   ମୋ ଜୀବନର ଅଙ୍ଗ

  ନା ମୁଁ ବୁଝିଛି କୂଟ କପଟ

  ନା ବୁଝିଛି ଫିକର ଫନ୍ଦି

  ଭୁଲି ଯାଇ ମୋତେ ତୁମେ

   ବିବାହ ବନ୍ଧନେ ତବ

   ହୋଇଯାଅ ବାନ୍ଧି ।


  ମୁଁ ନୁହେଁ କାହାର

  କେ ନୁହେଁ ମୋହର

  ମୁଁ ଏକ ଅତୃପ୍ତ ଆତ୍ମା

  ତୃପ୍ତିରେ ହୁଏ ନାହିଁ ଛନ୍ଦି

  ଆଶା ନାହିଁ କି ନାହିଁ ମୋ ନିରାଶା

  ବୁଝେନା ମୁଁ ତୁମ ପ୍ରେମର ଭାଷା

  ପ୍ରେମ ଏକ ବନ୍ଧନ

  ସେ ମଣିଷ ପଣିଆକୁ

  କରିଦିଏ ମିଛରେ ବନ୍ଦୀ

  ପ୍ରେମ ଏକ ମାୟା

   ପ୍ରେମ ଏକ ଛାୟା

  ସେ ମାୟା ଛାୟାରେ

   ହେବାକୁ ଚାହେଁନା ମୁଁ ବନ୍ଦୀ

   ତୁମ ସୁଖ ସଂସାର ପାଇଁ

   ତୁମେ ହୋଇଯାଅ

   ବିବାହ ବନ୍ଧନେ ବାନ୍ଧି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy