ନାରୀ ଟିଏ ମୁଁ
ନାରୀ ଟିଏ ମୁଁ
ନାରୀ ଟିଏ ମୁଁ
ଦୁର୍ବଳା ନୁହେଁ କିନ୍ତୁ ଜଳିବାକୁ ହୁଏ
ପ୍ରତ୍ୟେକଟି ଅନୁ କୋଣରେ ସଳିତା ଟିଏ ହୋଇ
ଜଳି ଜଳି ଦିନେ ଲୀନ ହୋଇଯିବାକୁ ହୁଏ ।
ସତେ ଅବା କେଉଁ ଏକ ଅଭିଶପ୍ତ ମୁହୁର୍ତ୍ତରେ
ଗଢ଼ା ଏଇ ନାରୀ
ଘର ଏରୁଣ୍ଡି ବନ୍ଧ ଏ ପାଖରୁ
ଆରମ୍ଭ ହୁଏ ଜଳିବାର ପ୍ରଥମ ସୋପାନ
ଜଳି ଚାଲିଥାଏ କେବେ ଝିଅ ରୂପରେ
କେବେ ବୋହୂ ରୂପରେ
କେବେ ସ୍ତ୍ରୀ ରୂପରେ
ପୁଣି କେବେ ମାଁ ରୂପରେ ।
କ'ଣ ମିଳେ ଏଇଠି
ଜଳି ପାଉଁଶ ହୋଇଯିବାର
ଚିରା ଚରିତ ପ୍ରଥାକୁ ମୁଣ୍ଡେଇ
ତଥାପି ତୁମ ତୁଣ୍ଡରେ ନାରୀ ଦୁର୍ବଳା
ନୁହେଁ ଅବଳା ।
