STORYMIRROR

Aparti Charan Sethi

Tragedy

3  

Aparti Charan Sethi

Tragedy

ସ୍ରଷ୍ଟା ଆଉ ସୃଷ୍ଟି

ସ୍ରଷ୍ଟା ଆଉ ସୃଷ୍ଟି

1 min
151

କବି କବିତାର ସମ୍ପର୍କ ହେଉଛି

  ଠିକ୍ ମାଆ ଛୁଆ ଭଳି 

କବିତାକୁ ଜନ୍ମ ଦେଲା ପରେ କବି

  ମନେ ପାଏ ଖୁସି ଭାରି।


କଳ୍ପନାରେ କବି ହେଲେ ଆନମନା 

  ହୋଇଯାଏ ଅନ୍ତଃସତ୍ତ୍ଵା 

ଗରଭ‌ ବେଦନା ସହ୍ୟ କରି କରି

  ପ୍ରସବିଥାଏ‌ କବିତା।


ମାଆଟିଏ‌ ଏକା ସେ ସିନା କହିବ

  ଗରଭ‌ ଧାରଣ କଷ୍ଟ 

କବିଟି ସେଭଳି କଳ୍ପନାରେ ବୁଡ଼ି

  ମଶାଙ୍କୁ‌ ବି ଦିଏ ରକ୍ତ।


ମାଆଟିଏ ଯେହ୍ନେ ମନେ ମନେ ହସେ

  ଶିଶୁର ମୁଖକୁ ଦେଖି 

କବିଟି ସେଭଳି ଆନନ୍ଦରେ ହଜେ‌

  ଦେଖି ତା' ଅମୃତ ସୃଷ୍ଟି।


ମାଆ ଯେହ୍ନେ ଚାହେଁ ସନ୍ତାନଟି ତାର

  ପାଞ୍ଚଜଣେ ଏକ ହେଉ 

କବିଟି ସେମିତି ଚାହେଁ ତା' କବିତା

  ବେଶୀ ଲୋକାଦୃତ ହେଉ।


ପୁତ୍ର ଯୋଗ୍ୟ ହେଲେ ତା' ପରିଚୟେ

  ବାପାମାଆ ନାଆଁ ପଡେ 

ସୃଜନୀ ସୁନ୍ଦର ହୋଇଥିଲେ ଏଠି

  ସ୍ରଷ୍ଟା ପଡନ୍ତି ଦୃଷ୍ଟିରେ।


ପ୍ରତ୍ୟେକ ପ୍ରତିଭା ଶିଳ୍ପୀଟିଏ ହୋଇ

  ନିଜ କୃତି ସର୍ଜନାରେ 

ପରିଚିତ ହୋଇ ଅମର ରୁହନ୍ତି

  ପ୍ରତି ଜନ ମାନସରେ।


ସ୍ରଷ୍ଟା ଆଉ ସୃଷ୍ଟି ବଞ୍ଚିଛନ୍ତି ଏଠି

  ମାତା ପୁତ୍ର ଭାବ ନେଇ 

ସର୍ବ ନାରୀମୟ ଏ ସାରା ଜଗତ

  ପୁରୁଷୋତ୍ତମଟି ବିହି‌।


ଚନ୍ଦ୍ରଙ୍କୁ ବି ଇନ୍ଦୁ ସୂର୍ଯ୍ୟଙ୍କୁ ସବିତା

  ନାରୀ ନାମେ କୁହାଯାଏ 

ପୁଣି ଏ ଧରିତ୍ରୀ ମାତୃତ୍ଵ ସ୍ନେହରେ

  ତା'ସୃଷ୍ଟି ବଞ୍ଚାଇଥାଏ‌।


ଯିଏ ରାଧା ସିଏ ଶ୍ୟାମ ସୁନ୍ଦରଟି

  ପୁରୁଷ ପ୍ରକୃତି ଭାବ 

ଅର୍ଦ୍ଧନାରୀଶ୍ଵର ଏକ ଅଙ୍ଗେ ବାସ

  ସେ ପରା ପରମ ଜୀବ।


ଏ ଦୁନିଆଁ ଉପବନେ‌ ଫୁଟିଅଛି

  ମାତୃତ୍ୱର ବାସ ଫୁଲ 

ଏକା ମାଳି ସିଏ ଯତ୍ନ ନେଉଅଛି

  ଗଛ ମୂଳେ ଦେଇ ଜଳ।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy