Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BHAGABANA NAIK

Abstract Crime Inspirational

4  

BHAGABANA NAIK

Abstract Crime Inspirational

ହେ ତ୍ରିରଙ୍ଗା!

ହେ ତ୍ରିରଙ୍ଗା!

1 min
11



ପରାଧୀନତାର ଶୃଙ୍ଖଳ ଛିଣ୍ଡାଇ 

ମୁକ୍ତି-ମଶାଲ,ସଂଗ୍ରାମୀରାଜି-

ବଳିଦାନ ଫଳେ ଏଇ ସ୍ବାଧୀନତା 

ଫର ଫର ଉଡ ତ୍ରିରଙ୍ଗା ଆଜି।


କୋଟି ବିପ୍ଳବୀର ରକତ ବଦଳେ

କରୁଛୁରେ ଆମେ ଅମୃତ ପାନ, 

ଗର୍ବ-ଗୌରବ-ପ୍ରଗତି-ପ୍ରତୀକ

ଶାନ୍ତି-ମୈତ୍ରୀର ଏ ମହାମିଳନ।


ଏ ମାତୃଭୂମିର ମାନ-ମର୍ଯ୍ୟାଦା-

ଭବ୍ଯତା ତ୍ରିରଙ୍ଗା ବଖାଣ ଆଜି, 

ସମଭାବ ସାଥେ ସମୃଦ୍ଧି ଶିଖାଏ 

ଲିପିବଦ୍ଧ ତହିଁ କୀରତି-ରାଜି। 


ଜ୍ଞାନ-ବିଜ୍ଞାନର ବିକାଶ ପଥରେ 

ନବ ପରିଚୟ କରିଛି ସୃଷ୍ଟି, 

ତଥାପି ଏ ମନ ହୁଏ ଆନ୍ଦୋଳିତ 

ସତେକି ହେଉଛି ଅମୃତ ବୃଷ୍ଟି!


ମଳି-ମୁଣ୍ଡିଆ ତ ବେସାହାରା,ଏଠି

ତେଲିଆ ମୁଣ୍ଡରେ ଢାଳନ୍ତି ତୈଳ,

ଶିକ୍ଷା-ସ୍ବାସ୍ଥ୍ୟ ରଥ ଅଟକି ଯାଉଛି 

ଅପାରଗତା ନା ଗ୍ରାସିଛି କାଳ! 


ସେପାଖେ ବିକାଶ ଫାଇଲିର ଧ୍ବନି 

ଏପାଖେ ତ ବୁଭୁକ୍ଷୁର 'ହା ଅନ୍ନ', 

ଧନୀ-ଦରିଦ୍ର ମଧ୍ଯେ ବିରାଟ୍ ବ୍ୟବଧାନ

ଜାଣିଶୁଣି କିବା ଏ ତାରତମ୍ୟ! 


ହେ ତ୍ରିରଙ୍ଗା! ଆଜି ଦେଖ ସମାବେଶ 

ଭଦ୍ର-ପିଶାଚ-ଶୋଷକ ଗୋଷ୍ଠି, 

ଗୋରାଠାରୁ ବଳି ଆତ୍ଯାଚାରୀ ପରେ 

ପକାଅ ହେ ଶୋଷିତର କୁଦୃଷ୍ଟି।।


Rate this content
Log in

Similar oriya poem from Abstract