Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BHAGABANA NAIK

Tragedy Fantasy

3  

BHAGABANA NAIK

Tragedy Fantasy

ମୁଁ ବାତ୍ୟା କହୁଛି

ମୁଁ ବାତ୍ୟା କହୁଛି

2 mins
426


ମୁଁ ବାତ୍ୟା କହୁଛି

ଡରିଗଲ କି ଭାଇ ମୋ ଘୋଷଣା ଶୁଣିକି? 

ନା ନା ଡରିବାର କ'ଣ ଯେ ଅଛି

ଏମିତି ତ ବର୍ଷକୁ ତିନି ଚାରି ଥର ଆସୁଛି। 


ପାଣିପାଗର ପୂର୍ବ ସୂଚନା

ବାରମ୍ବାର ମିଡିଆର ଛାତିଥରା ଉପସ୍ଥାପନା

ଉଠିଯାଅ ଭାଇ ସୁରକ୍ଷିତ ସ୍ଥଳୀକି

ଭଙ୍ଗା ଦଦରା ଚାଲଘରେ କ'ଣ ବା ଅଛି ।


ସ୍ତ୍ରୀ,ଅସହାୟ,ଶିଶୁ ଓ ପ୍ରସୂତି

ରୋଗୀଣା,ବୃଦ୍ଧ ଆଉ ଗର୍ଭବତୀ

ନେଇଯାଅ ଭାଇ ଆଶ୍ରୟସ୍ଥଳୀକି

ଏ ଝାଟିମାଟିର ଚାଳଘରେ ମୋହ କାହିଁ ପାଇଁ କି ।


ପବନ ବହିବ, ବର୍ଷା ବି ହେବ

ଉଭୟେ ତ ମୋର ଭାଇଭଉଣୀ ସମ

କିନ୍ତୁ,ମିଡିଆରେ ଆକଳନ ହେଉଛି ଯେତିକି

ସେତିକି ନାହିଁ ମୋ ସାହସ,କରାମତି।


ଫିଟେଇ ଦିଅ ଗୃହପାଳିତର ପଘା

ନିର୍ଦ୍ଵନ୍ଦ୍ବରେ ବୁଲନ୍ତୁ ପାଇ ସ୍ବାଧୀନତା

ଗଛ ଭଙ୍ଗା,ଚାଳ ଉଡା ତ ମୋ ସହଜାତ ପ୍ରକୃତି

କିନ୍ତୁ,କି ଉଦ୍ଦେଶ୍ୟେ ଗୁଜବ ଥରାଇଦେଉଛି ଛାତି ।


ଯେତେକ ତଳି ଅଞ୍ଚଳରେ,ନଈକୂଳଠାରେ

ବୁଝେନି,କି ସ୍ବାର୍ଥରେ ଘର ପାଇଁ ଅନୁମତି ମିଳେ 

ଉଚ୍ଚ ସ୍ଥାନକୁ ଛାଡ଼ି ତାକୁ ଫୋକସ୍ କରେ ମିଡିଆ

କିନ୍ତୁ,ଫାଇଦା ଉଠାନ୍ତି ସୁଖର ପାରା,ବଡବଡିଆ ।


ରାଜନୀତିର ଏ ତ ସୁନହରା ମଉକା

ପଡିଆରେ କାଉଣ୍ଟ ହୁଏ ଚଉକା ଛକା

ଗରିବୀ ତ ହଟେ ନାହିଁ,ବଢେ ତାଙ୍କ ପବ୍ଲିସିଟି

ତୁ ନିଃଶ୍ବ,ଖଟିଖିଆ ଭାଇ ଘାଣ୍ଟି ହେଉ କାହିଁକି ।


Rate this content
Log in

Similar oriya poem from Tragedy