STORYMIRROR

BHAGABANA NAIK

Romance Tragedy

3  

BHAGABANA NAIK

Romance Tragedy

ଧୋକା

ଧୋକା

1 min
397


ମିଛ ଥିଲା ପ୍ରେମ କି ମୋ ହୋଇଗଲି ଏକା 

ଭୁଲ୍ ଥିଲା କେଉଁଠି ମୋ ଖାଇଗଲି ଧୋକା 

ହୃଦୟଟା ତାକୁ ଝୁରେ 

 ସିଏ ଚାଲିଗଲା ପରେ 

ସାତ ରଙ୍ଗ ସାତ ସୁର ଲାଗେ ଫିକା ଫିକା।

ଭୁଲ୍ ଥିଲା କେଉଁଠି ମୋ ଖାଇଗଲି ଧୋକା… 


ଚୋରା ଚାହାଣିରେ ତା'ର ଥିଲା କି ମନ୍ତର 

ହସ ତା'ର କିଣିଥିଲା ହୃଦୟକୁ ମୋର 

ଦିନେ ନ ଦେଖିଲେ ମୋତେ

ଅଭିମାନ କରେ କେତେ 

ଚୁପ୍ ଚାପ୍ ଖୋଜିବୁଲେ ଅବୁଝା ପ୍ରେମିକା। 


ଦେଇଥିଲା କଥା ମୋତେ କରି ସେ ନିଜର 

ସାତ ଜନମରେ ମୋଠୁ ନ ହେବାକୁ ଦୂର 

ନାଇଲା ଯେବେ ସିନ୍ଦୂର 

ହେଇଗଲା ସ୍ୱାର୍ଥପର 

ଖୋଜିଲେ ବି ପାଉନି ମୁଁ ତାର ଟିକେ ଦେଖା।


ମିଳିଗଲା ତାକୁ ଯେବେ ତା' ରାଜକୁମାର 

ପ୍ରତାରଣା କରି ମୋତେ କଲା ସେଠି ଘର 

ମିଛ ନ ଥିଲା ମୋ ପ୍ରେମ 

ଥିଲା ଆତ୍ମାର ମିଳନ 

ଆଜି କିଆଁ ଭୁଲିଗଲା ସପନ ନାୟିକା। 


ଆଜି ବି ଖୋଲା ରଖିଛି ତା ପାଇଁ ହୃଦୟ 

ଭଲ ମୁଁ ପାଉଛି ଯେବେ ନାହିଁ ଲାଜ ଭୟ 

ଆସିବ ବୋଲି ସେ ଫେରି 

ମନେ ଆଶା ଅସୁମାରି 

ସାଜିବ ପୁଣି ସେ ଥରେ ମୋ ଅଭିସାରିକା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance