ଧୋକା
ଧୋକା
ମିଛ ଥିଲା ପ୍ରେମ କି ମୋ ହୋଇଗଲି ଏକା
ଭୁଲ୍ ଥିଲା କେଉଁଠି ମୋ ଖାଇଗଲି ଧୋକା
ହୃଦୟଟା ତାକୁ ଝୁରେ
ସିଏ ଚାଲିଗଲା ପରେ
ସାତ ରଙ୍ଗ ସାତ ସୁର ଲାଗେ ଫିକା ଫିକା।
ଭୁଲ୍ ଥିଲା କେଉଁଠି ମୋ ଖାଇଗଲି ଧୋକା…
ଚୋରା ଚାହାଣିରେ ତା'ର ଥିଲା କି ମନ୍ତର
ହସ ତା'ର କିଣିଥିଲା ହୃଦୟକୁ ମୋର
ଦିନେ ନ ଦେଖିଲେ ମୋତେ
ଅଭିମାନ କରେ କେତେ
ଚୁପ୍ ଚାପ୍ ଖୋଜିବୁଲେ ଅବୁଝା ପ୍ରେମିକା।
ଦେଇଥିଲା କଥା ମୋତେ କରି ସେ ନିଜର
ସାତ ଜନମରେ ମୋଠୁ ନ ହେବାକୁ ଦୂର
ନାଇଲା ଯେବେ ସିନ୍ଦୂର
ହେଇଗଲା ସ୍ୱାର୍ଥପର
ଖୋଜିଲେ ବି ପାଉନି ମୁଁ ତାର ଟିକେ ଦେଖା।
ମିଳିଗଲା ତାକୁ ଯେବେ ତା' ରାଜକୁମାର
ପ୍ରତାରଣା କରି ମୋତେ କଲା ସେଠି ଘର
ମିଛ ନ ଥିଲା ମୋ ପ୍ରେମ
ଥିଲା ଆତ୍ମାର ମିଳନ
ଆଜି କିଆଁ ଭୁଲିଗଲା ସପନ ନାୟିକା।
ଆଜି ବି ଖୋଲା ରଖିଛି ତା ପାଇଁ ହୃଦୟ
ଭଲ ମୁଁ ପାଉଛି ଯେବେ ନାହିଁ ଲାଜ ଭୟ
ଆସିବ ବୋଲି ସେ ଫେରି
ମନେ ଆଶା ଅସୁମାରି
ସାଜିବ ପୁଣି ସେ ଥରେ ମୋ ଅଭିସାରିକା ।

