STORYMIRROR

BHAGABANA NAIK

Inspirational

3  

BHAGABANA NAIK

Inspirational

ପରିସ୍ଥିତି ବାଧ୍ୟ କରୁଛି

ପରିସ୍ଥିତି ବାଧ୍ୟ କରୁଛି

1 min
143

ପକ୍ଷୀଟିଏ ମୁଁ ଉଡି ଜାଣିଛି...

ଡେଣା ତ ଅଛି ମନ ବି ଅଛି… 

କିନ୍ତୁ ଉଡିପାରୁନାହିଁ… 

ଦାନ୍ତ କାମୁଡି କିସ ବା କରିବି… 

ଭାରାକ୍ରାନ୍ତ ହୋଇ କି ଲାଭ ପାଇବି… 

କାହିଁକି ବା ପାଗଳାମିର ପରିଚୟ ଦେବି… 

କାହିଁକିନା ପରିସ୍ଥିତି ବାଧ୍ୟ କରୁଛି ।


ନୀତିଶିକ୍ଷାରୁ ବେଶ ଜାଣିଛି ...

ମୁଁ ନୁହେଁ ସେ ନିର୍ବୋଧ କପୋତ ….

ଟାଣିନେବ ଖୁଦକଣା ଲୋଭ ...

ଫସେଇଦେବ ବ୍ୟାଧର ଜାଲ… 

ଯନ୍ତ୍ରଣାରେ ଛଟପଟ ହେଉଥିବି… 

ଦେଖୁଥିବ ଆଜିର ମୂଷିକରାଜ … 

ସେ ତ ସୁଯୋଗ ଉଣ୍ଡିଛି ଦେବାକୁ ଲୌହ ଶୃଙ୍ଖଳ। 


ସୂର୍ଯ୍ୟବଂଶୀ ରାମଚନ୍ଦ୍ର ପରି… 

କରିବିନି ପିତୃସତ୍ୟ ପାଳନ… 

ଅଥବା ପ୍ରଜା ହିତେ ରାଜ୍ୟ ହିତେ 

କରିବିନି ବୃଥା ବନଗମନ… 

ଆଜିର ପ୍ରଜା ବା କାହିଁକି କରିବ ଅଶ୍ରୁମୋଚନ … 

ସେ ତ ଖୁସିରେ କେକ୍ କାଟିବାକୁ ଛକି ରହିଛି … 

ଭାତୃତ୍ୱରେ ବିଭେଦ ସୃଷ୍ଟି ପାଇଁକି। 


କାହିଁ ସେ ସୀତା ରାବଣ ଅଶୋକ ବନ… 

କାହିଁ ଆନ୍ତରିକ ପୂଜା ମାତୃଆସନ… 

କାହିଁ ସେ ବନାଶ୍ରମୀ ଦୂରଦ୍ରଷ୍ଟା ବାଲ୍ମୀକି… 

ଯେ ଆଶ୍ରୟ ପାଇବ ଏକାକିନୀ ଜାନକୀ… 

ସୁଯୋଗ ଅପେକ୍ଷାରେ ତ ଆଜିର ରାବଣ ବାଲ୍ମୀକି.. 

ସୀତାଙ୍କୁ ନିରୋଳାରେ ପାଇବା ପାଇଁକି… 

ତେଣୁ ଆଜିର ସୀତା ଟିକେ ଶଙ୍କି ଯାଇଛି। 


ସତ୍ ସାହସ ସାମର୍ଥ୍ୟ ଆତ୍ମବିଶ୍ୱାସ ତ ଅଛି… 

କିନ୍ତୁ ଏ ନୁହେଁ ମହାଭାରତ ଯୁଦ୍ଧ… 

ସୂର୍ଯ୍ୟାସ୍ତ ପରେ ଯୁଦ୍ଧ ବିରତି ଘୋଷଣା… 

ଆତ୍ମୀୟତାର ଭାବାବେଗ ସୁଷ୍ଟି…. 

ଜୟ ପରାଜୟ ର ହିସାବ ନିକାସ.. 

କାହିଁକିନା ରାତି ଅଧରେ ଅତର୍କିତ ଭାବେ… 

ଛୁରାମାଡ ହେବାର ରହିଛି ଆଶଙ୍କା। 


ସେଦିନ ପଶାକାଠିର ଚମତ୍କାର… 

କରିଥିଲା ଦ୍ରୌପଦୀ ଚୀରହରଣ ଲଜ୍ଜା ନିବାରଣ …. 

ସାଥେ କୌରବ ବଂଶ ନିପାତ… 

ଅନ୍ତେ ମୂଷଳ ସମୁଦ୍ର ଢେଉ ତୀରମୂନ… 

କରିଥିଲା ଉଦ୍ଧତ ଯାଦବ କୁଳ ଧ୍ୱଂସ… 

ଆଜିର ଦ୍ୱାରିକାଧୀଶ ତ ତତ୍ପର… 

ଅନ୍ୟାୟ ଅଧର୍ମେ ସାମ୍ରାଜ୍ୟ ବିସ୍ତାରରେ ବ୍ୟସ୍ତ। 


 ରାଜନୀତି ନ୍ୟାୟ ଧର୍ମ ତ ଅଛି… 

କିନ୍ତୁ ବାହୁବଳ ଚାପ କଥା କହୁଛି… 

ସଭିଏଁ କହନ୍ତି ସିଏ ରହିଛି.. 

ସବୁ ଦେଖୁଛି ଧୈର୍ଯ୍ୟ ଧର… 

କାହାନ୍ତି ସେ କେଉଁଠି ଘର.. 

ଅପେକ୍ଷା କରିବି ଆଉ କେତେ ଦିନ? 

ମୁତ୍ୟୁ ପରେ ଅତୃପ୍ତ ଆତ୍ମା ହେଇ ଦେଖିବି ନା କ'ଣ! 


ଲୋଡାନାହିଁ ମୋ ପ୍ରେତାତ୍ମା ହେବାର ଇଚ୍ଛା… 

ପଥିକର ପ୍ରତିରୋଧ ଚାରିଛକ ଆଶ୍ରା… 

ଆଉ ତ୍ରିବେଣୀ ନିଛାଟିଆ ରାସ୍ତା… 

ସବୁଜାଣି ବି ଅଜଣା ହେଉଛି… 

ଦେଖୁଛି ଚାହୁଁଛି ମୁକ ପାଲଟି ଯାଇଛି… 

ବୁଦ୍ଧିମତା ହେତୁ ନରମି ଯାଇଛି… 

କାହିଁକିନା ପରିସ୍ଥିତି ବାଧ୍ୟ କରୁଛି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational