STORYMIRROR

BHAGABANA NAIK

Tragedy Crime

4  

BHAGABANA NAIK

Tragedy Crime

ନାଲିଫିତା ତଳେ

ନାଲିଫିତା ତଳେ

1 min
199

ନାଲିଫିତା ତଳେ 

ସ୍ୱପ୍ନପାଖୁଡା ନିଃଷ୍ପ୍ରଭ… 

ଆଶାଗୁଡିକ ଚୁରମାର… 

ଅବୋଧ,ନିଷ୍ପାପଗୁଡିକ ଅବଦମିତ… 

ସମୟର ବାହୁବଳେ।


ନାଲିଫିତା ତଳେ 

କର୍ତ୍ତବ୍ୟ ଗୁଡିକ ବନ୍ଧା… 

ବାକ୍ ହୀନ ସ୍ୱାଧୀନତା.. 

ନିଷ୍ପତ୍ତି ହେଲାଣି ଅନ୍ଧ… 

ସମୟର ବାହୁବଳେ। 


ନାଲିଫିତା ତଳେ 

ଅଧିକାର ଏବେ କୋମାରେ … 

ଶୃଙ୍ଖଳା ହେଲାଣି ପାରାଲାଇଜଡ.. 

ସତ୍ୟ, ଶାନ୍ତି ନେଲେଣି ସନ୍ନ୍ୟାସ.. 

ସମୟର ବାହୁବଳେ ।


ନାଲିଫିତା ତଳେ 

ବିକାଶ ଏବେ ବାଟବଣା... 

ନେତୃତ୍ୱ ଦେଲାଣି ଇସ୍ତଫା…

ଦୟା,କ୍ଷମା ସ୍ୱୟଂ ନେଲେଣି କବର… 

ସମୟର ବାହୁବଳେ। 


ନାଲିଫିତା ତଳେ 

ଜୀବନର ମାନେ ହୋଲିଖେଳ… 

ନାରୀର ଅର୍ଥ ପଣ୍ୟଦ୍ରବ୍ୟ… 

ଯନ୍ତ୍ରଣାର ବୋଝ ବଳବାନ.. 

ସମୟର ବାହୁବଳେ ।


ନାଲିଫିତା ତଳେ 

ଶାସନ ଚାଲେ ଇଙ୍ଗିତରେ.. 

ପଦପଦବୀ ଲେଖା ଅର୍ଥମୁଣିରେ.. 

ଭବିଷ୍ୟତ ଗଢା ସମର୍ପଣରେ.. 

ସମୟର ବାହୁବଳେ ।



विषय का मूल्यांकन करें
लॉग इन

Similar oriya poem from Tragedy