STORYMIRROR

BHAGABANA NAIK

Tragedy Crime

3  

BHAGABANA NAIK

Tragedy Crime

ତଥାପି ମୁଁ ଶିଶୁ

ତଥାପି ମୁଁ ଶିଶୁ

1 min
303


ନାଚୁଛି,ଗାଉଛି,ଖେଳୁଛି ଯେବେ

ପିଉଥିଲେ ବି ଯନ୍ତ୍ରଣା ଜର୍ଜରିତ ଅଶ୍ରୁ

ତଥାପି ମୁଁ ଶିଶୁ। 


ମୋ ପାଇଁ ଯୋଜନା ଏସି ଭିତରେ

ମୋ ପରିସଂଖ୍ୟାନ ସ୍ମାର୍ଟ୍ ସିଟିରେ

ଅଖ୍ୟାତ ପଲ୍ଲୀକୁ ଜମା ନ ଆସୁ

ତଥାପି ମୁଁ ଶିଶୁ ।


ସ୍ବାସ୍ଥ୍ୟ ଓ ଯତ୍ନରେ ମୋ ନାମ ଗଣା

ମଶା ଶୋଷୁଥାନ୍ତୁ ମୋ ରକ୍ତକଣା

କୁପୋଷଣେ ମୋର ସମୟ ବିତୁ

ତଥାପି ମୁଁ ଶିଶୁ ।


ବନ୍ଧାପଡିଛି ମୋ ଶିକ୍ଷା,ବିକାଶ

ବଞ୍ଚିଛି, ନ କର ତିଳେ ଅବଶୋଷ

ଏ ଭଳି ସୁଦିନ ତୁମର ନ ଆସୁ

ତଥାପି ମୁଁ ଶିଶୁ ।


ମୋ ପାଇଁ କରନି କୁମ୍ଭୀର କାନ୍ଦଣା

ପ୍ରି ପ୍ଲାନିଂରେ ହୁଏ ଯେ ବାଟ ମାରଣା

ଅଦୃଶ୍ୟେ ତୁମର ଉଦରେ ମିଶୁ

ତଥାପି ମୁଁ ଶିଶୁ। 


ପଡୁଛି,ଉଠୁଛି,ଭାଙ୍ଗିବି ନାହିଁ 

ଲଢୁଛି,ଲଢିବି ତୁମରି ପାଇଁ 

ମୋ ଭବିଷ୍ୟତ ପଛେ ମାଟିରେ ମିଶୁ

ତଥାପି ମୁଁ ଶିଶୁ। 


ସାଜିଛି ଧରମା,ବାଜି ପୁଙ୍ଗୁଳା ଦେହେ 

ସାଜିବି ସୁଭାଷ,ମୃତ୍ଯକୁ ନାହିଁ ଭୟେ

ତୁମ ବିଚାର ନ କରନ୍ତୁ ରାମ,ଆହ୍ଲା,ଯୀଶୁ

ତଥାପି ମୁଁ ଶିଶୁ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy