STORYMIRROR

Narayan Sethi

Drama Crime Thriller

3  

Narayan Sethi

Drama Crime Thriller

ଶୀର୍ଷକ:- ଆଧୁନିକତା ର ଚିତ୍ର

ଶୀର୍ଷକ:- ଆଧୁନିକତା ର ଚିତ୍ର

2 mins
154

ଲେଖକ - ନାରାୟଣ ସେଠୀ 



ଆଧୁନିକତା ର ପ୍ରଭାବରେ 

ମଣିଷ ଆଜି ସମ୍ପର୍କ କୁ

ଆଉ ତା ଭିତରେ ରହିଥିବା 

ସୁସମ୍ପର୍କ କୁ ଅନୁଭବ କରି ପାରୁନି ...!


କେବଳ ସ୍ୱାର୍ଥର ଇଚ୍ଛା ରେ 

ନିଜକୁ ଓ ନିଜ ପରିବେଶ କୁ

ଆଧୁନିକ ପୋଷାକ 

ପରିଧାନ ରେ ଅଶ୍ଳୀଳ କରିସାରିଛି ....!!


ଆଧୁନିକତା ର ସମୟ ରେ 

ସେ ଗାଁ ସ୍ତରରେ ହେଉ କି 

ସହରର ବିକାଶ ପଥ ରେ

ସବୁଠି ବ୍ୟବହାର ହେଉଛି 

ଅଶ୍ଳୀଳଚଳଚ୍ଚିତ୍ର କିମ୍ବା 

ଅଶ୍ଳୀଳସଙ୍ଗୀତ କିମ୍ବା 

ମୋବାଇଲ ର ଅତ୍ୟାଧିକ ବ୍ୟବହାର ରେ 

ଆଜି ଆଧୁନିକତା ଗୋଟେ 

ନିଶା ହୋଇ ପରିବେଷଣ କରୁଛି ....!!


ଛୁଆ ଆଜି ମୋବାଇଲ ରେ 

ନିଜକୁ ଆଉ ନିଜ ମାତା ପିତା ଙ୍କ 

ସହ ଜଡ଼ିତ ହୋଇ ରହିଛି 

ଆଉ ସମୟ ଅନୁସାରେ 

ସାବଧାନ ତ ଦୂରର କଥା 

ମୋବାଇଲ ଫୋନ ଦ୍ଵାରା 

ଅପରାଧ ର ପରିବେଶ କୁ ଯୁବ ପିଢ଼ି ବାଛି ନେଉଛି 


ସେ ସ୍ତ୍ରୀ ହେଉ କି ପୁରୁଷ 

ମୋବାଇଲ ର ଅପବ୍ୟବହାର ଯୋଗୁଁ 

ଆଜି ଖୁସି ଆଉ ଆନନ୍ଦ ର 

ସୁଖୀ ସଂସାର ଅଳ୍ପକେ ଭାଙ୍ଗି ଯାଉଛି .......!!


ସେ ସ୍ତ୍ରୀ ହେଉ କି ପୁରୁଷ 

ଆଧୁନିକତା ର ପ୍ରଭାବ ରେ

ଅନ୍ୟ ନାରୀ କିମ୍ବା ଅନ୍ୟ ପୁରୁଷ 

ସହ ସଂପର୍କ ର ଭିନ୍ନ ନାମ ଦେଉଛି .......!!



ନିଜ ଛୁଆ କି ଜନ୍ମ କରିଥିବା

ମା ବାପା କୁ .......ହତ୍ୟା କରିବାକୁ 

ମଧ୍ୟ୍ୟ ପଛାଉ ନାହିଁ 

ବାଃ ବାଃ ରେ ଆଧୁନିକ ଯୁଗର 

ଆଧୁନିକତା ର ବିକଶିତ ସମୟ

କି ଶିକ୍ଷା ଲାଭ ଏହା ଗ୍ରହଣୀୟ କେମିତି....!!



ଏ ଆଧୁନିକ ଯୁଗରେ 

ଫରେନର ଙ୍କ ପରି ଛିଣ୍ଡା ଫଟା 

ପୋଷାକ ପରିଧାନ କରି 

ଅଶ୍ଳୀଳ ପରିବେଶ ରେ 

ବାରମ୍ୱାର ଆସି ପରିବେଶ ର 

ସ୍ୱଚ୍ଛତା କୁ ଆଉ ଅନୁଭବ କରି ହେଉନି .....!!



ଜନ୍ମ କରିଥିବା ଅଭିଭାବକ କୁ

ପାଦ ଧରିବା ଦୂରର କଥା 

ହାତ ଟେକି ନମସ୍କାର 

କରିବା ବି ଭୁଲି ଯାଉଛି 

ଏ କି ଆଧୁନିକତା ର ବିକାଶ ହଉଛି .......!!


ଆଧୁନିକତା ଜରୁରୀ କିନ୍ତୁ ....

ଏହାର କୁବ୍ୟବହାର ହେଉଛି 

ଭଲ ବିକଶିତ ପରିବେଷ ନ ଗଢି 

ସଭିଏଁ ଆଧୁନିକତା ର ଅପବ୍ୟବହାର ରେ 

ଏ ମଣିଷ ଗୋଟା ପଣେ ଲାଗି ରହିଛି .......!!



Rate this content
Log in

Similar oriya poem from Drama